Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବେଣୁପାଣି ଦୁର୍ଗା ।

କୋକସରା:୨୭/୦୭
ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ବେଣୁପାଣି ଦୁର୍ଗା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଭୂର୍ଷୀଗୁଡ଼ା ଗ୍ରାମରୁ ଯୁବନେତା ବେଣୁପାଣି ଦୁର୍ଗା ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।ରାଜ୍ୟ ଯୁବ କଂଗ୍ରେସର ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ଗତ ମଙ୍ଗଳବାର। ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହା ପୂର୍ବରୁ ଶ୍ରୀ ଦୁର୍ଗା ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଓ ପ୍ରବକ୍ତା ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି । ଯୁବନେତା ବେଣୁ ଦୁର୍ଗା ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବଗୋଷ୍ଠୀ ଙ୍କୁ କଂଗ୍ରେସ ଦଳ ପ୍ରତି ଆକୃଷ୍ଟ କରି ଦଳ ରେ ସାମିଲ କରି ଦଳ ପାଇଁ ତୃଣମୂଳ ସ୍ତରରୁ ସଙ୍ଗଠନ କୁ ସୁଦୃଢ଼ କରିବା ପାଇଁ ଚେଷ୍ଟା ଜାରି ରଖିବେ ବୋଳି ପ୍ରତିକ୍ରିୟା ରେ କହିଛନ୍ତି।ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଲ ବାସି ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ