Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲୁତୁରପଙ୍କ ଘୁଙ୍ଗି ନାଳ ଉପରେ ଚାରି ଫୁଟ ପାଣି ; ଯାତାୟତ ବାଧାପ୍ରାପ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ନିକଟସ୍ଥ ଘୁଁଙ୍ଗିନାଲ ଉପରେ 3/4 ଫୁଟ ର ପାଣି ପ୍ରଭାବିତ ହେଉ ଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି I ଏହି ନାଳ ଉପର ଦେଇ ବୀରମହାରାଜପୁର-ଆମରପାଲି ପୂର୍ତ୍ତ ବିଭାଗର ରାସ୍ତା ଯାଇଥିବା ବେଳେ ମୁଚିବାହାଲ -ସମ୍ବଲପୁର, ରେଢ଼ାଖୋଲ ଆଦି ସ୍ଥାନକୁ ବସ୍ ତଥା ବିଭିନ୍ନ ଗାଡି ମୋଟରରେ ଲୋକେ ଯିବା ଆସିବା କରିଥାନ୍ତି l ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର , ଲୁ ତୁରପଙ୍କ , କେନଝରିଆପାଲି ଆଦି ପଞ୍ଚାୟତ ର ବହୁ ଗ୍ରାମ ରହିଥିବା ବେଳେ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଲୋକେ ବୀରମହାରାଜପୁର କୁ ଯିବା ଆସିବା କରିଥାନ୍ତି I ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଏହି ନାଳ ଉପର ଦେଇ ବର୍ଷା ପାଣି ପ୍ରଭାବିତ ହେଉ ଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ନାଳର ଉଭୟ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଥିବା ଦେଖାଯାଇଛି I