Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ ପୀୟୁଷ

ସମ୍ବଲପୁର: ଜଣଙ୍କ ପରେ ଜଣେ ଯୁବ ପ୍ରତିଭା ଜାତୀୟ ସ୍ତରକୁ ଉନ୍ନିତ ହୋଇ ସମ୍ବଲପୁରର ଗୌରବ ବଜାୟ ରଖିବାକୁ ଏବେ ନଜରକୁ ଆସୁଛନ୍ତି।ସେଭଳି ଆଉ ଏକ ଗୌରବ ଆଣିବାକୁ ଯାଉଛନ୍ତି ପୀୟୁଷ ଠାକୁର। ସ୍ଥାନୀୟ ଗଙ୍ଗାଧର ମେହେର କଲେଜର ଯୁକ୍ତ ୨ରେ ଅଧ୍ୟୟନ କରୁଥିବା ପୀୟୁଷ ଜାତୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେ ସବ୍ ଜୁନିୟର ବିଭାଗରୁ ଜାତୀୟ ପ୍ରତିଯୋଗିତାରେ ରହି ଆସିଛନ୍ତି। ବର୍ତ୍ତମାନ ସେ ରାଜ୍ୟ ସନ୍ତରଣ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୮ ପଦକ ଜିଣିଥିବା ବେଳେ ଆଗାମୀ ପ୍ରତିଯୋଗିତା ତାଙ୍କ ପାଇଁ ସଫଳତା ଆଣିଦେବ ବୋଲି ପୀୟୁଷ ଆଶାବାଦୀ ରହିଛନ୍ତି। ଏଥିପାଇଁ ତାଙ୍କୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ସନ୍ତରଣ ସଂଘ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୀୟୁଷ ହେଉଛନ୍ତି ମାନଧାତା ବାବା ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ସମ୍ବଲପୁରର ଅନ୍ୟତମ ସଂଗଠକ ସମାଜସେବୀ ଡଃ.ସତ୍ୟନାରାୟଣ ଠାକୁର ଓ ମାଁ ସମାଜସେବିକା ଯାମିନୀ ଠାକୁରଙ୍କ ପୁତ୍ର। ପିୟୁଷର ଏହି ସଫଳତା ପାଇଁ ତାଙ୍କ ଉତ୍ତରୋତ୍ତର କାମନା କରିବା ସହିତ ଶୁଭେଚ୍ଛୁ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ