Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାମୁଣ୍ଡା ଓ ମହୁଲପାଲିରେ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(ଛାମୁଣ୍ଡାମହୁଲପାଲି): ଯୁଯୋମୁରା ବ୍ଲକର ଛାମୁଣ୍ଡା ପଞ୍ଚାୟତର ଛାମୁଣ୍ଡା ଓ ବୀରସିଙ୍ଗ ପଞ୍ଚାୟତର ମହୁଲପାଲି ଠାରେ ୨ ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏମସିଏଲ ଓ ବାଏଫ ପକ୍ଷରୁ ଆୟୋଜିତ ଶିବିର ରେ ପଶୁପାଳନ,ଉଦ୍ୟାନ କୃଷି,ମତ୍ସ ଚାଷୀ ଆଦି କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଚାଷୀ ଓ ତାଙ୍କ ପରିବାର ମାନଙ୍କୁ ନେଇ ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବଣ୍ଟନ କରାଯାଇଥିଲା ।କୃଷକ ପରିବାର ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଶିବିର ଏମସିଏଲ ସହାୟତାରେ ବାଏଫ ପକ୍ଷରୁ ଦୁର୍ଗମ ଓ ଅନୁନ୍ନତ ତଥା ଡାକ୍ତରଖାନା ସୁବିଧା ନଥିବା ଭଳି ଅଞ୍ଚଳରେ ଏହା ଆୟୋଜିତ ହୋଇ ଆସୁଛି । ଉଭୟ ଶିବିରରେ ଡା.ରାଜାରାମ ଷଡଙ୍ଗୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପରାମର୍ଶ ଦେଇଥିଲେ । ବାଏଫର ପୋଗ୍ରାମ ଅଫିସର ପବନ କୁମାର ବଟକଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥବା ବେଳେ ସିଆରପି ଜସ୍ମିତା ଗନିକ ଅରୁଣ ରାହନା ପରିଚାଳନାରେ ସହଯୋଗ କରିଥିଲେ ।ଅଣ ସଂକ୍ରମିତ ରେ ପିଡିତ ମଧୁମେହ,ରକ୍ତଚାପ,କର୍କଟ ଓ ହୃଦରୋଗୀଙ୍କୁ ମଧ୍ୟ ଶିବିରରେ ଚିହ୍ନଟ କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଔଷଧ ସେବନ କରିବାକୁ ଏହି ଶିବିରରେ ପରାମର୍ଶ ଦିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ