Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳା ମାଟି ରାସ୍ତାରେ ବୃକ୍ଷରୋପଣ

ସମ୍ବଲପୁର(ଗୋଶାଳା): ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ସମ୍ବଲପୁର ମଣ୍ଡଳ ଜନ କଲ୍ୟାଣ ସେବା ଟ୍ରଷ୍ଟ ମିଳିତ ସହଯୋଗରେ ରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା କଲାମାଟି ରାସ୍ତାରେ ବୃଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର ପ୍ରତାପ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ ହୋଇଥିଲା। ଏଥିରେ କଳାମାଟି ସରପଞ୍ଚ ତଥା ମହିଳା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ ସୁଷମା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବାବେଲେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଓ ସମାଜସେବୀ ମନଜିତ କୈାର, ଧରଣୀଧର ମିଶ୍ର, ସନ୍ତୋଷ କୁମାର ଦାଶ, ମନ ଥପା, ନିର୍ମଲ ପ୍ରଧାନ ଓ କୁଡାପରାଗ୍ରାମ ବାସୀର ଯୁବ ଗୋଷ୍ଠୀ ଯୋଗଦେଇ କଲାମାଟି ରାସ୍ତା କୁଡାପରା ରାସ୍ତା କଡରେ ନିମ୍ବ ,ଜାମ୍ବୁ, ଅଇଁଳା, କୃଷ୍ଣଚୁଡା, ଆମ୍ବ ଇତ୍ୟାଦି ଗଛ ରୋପଣ ହୋଇଥିଲା।ଏହା ବିଗତ କିଛିବର୍ଷ ହେବ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।ଏହା ଜନ କଲ୍ୟାଣ ସେବା ଟ୍ରଷ୍ଟ ଦ୍ଵରା ଆଗାମୀ ଦିନରେ ତଥା ପ୍ରତ୍ୟେକ ରବିବାର ଦିନ ବୃଷ ରୋପଣ କରା ଯିବ ବୋଲି ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ