Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(କଂସର):ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଯୁଯୋମୁରା ବ୍ଲକର କଂସର ପଞ୍ଚାୟତ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏମସିଏଲ ଓ ବାଏଫ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବଣ୍ଟନ କରାଯିବା ସହିତ ଶିଶୁ ଓ ମହିଳା ସ୍ୱାସ୍ଥ୍ୟ ବିକାଶ ପାଇଁ ସଚେତନ କରାଯାଇଥିଲା। ଶିବିରରେ ଡା.ରାଜାରାମ ଷଡଙ୍ଗୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପରାମର୍ଶ ଦେଇଥିଲେ । ବାଏଫର ପୋଗ୍ରାମ ଅଫିସର ପବନ କୁମାର ବଟକଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥବା ବେଳେ ଏହାକୁ ପଞ୍ଚାୟତ ସରପଞ୍ଚ୍ ଦିବାକର ବେହେରା ଉଦଘାଟନ କରିଥିଲେ। ଏହାକୁ ସିଆରପି ରାଜିନ ମୁଣ୍ଡା ପରିଚାଳନାରେ କରିଥିବା ବେଳେ ଟଙ୍କଧର ପ୍ରଧାନ,ଲକ୍ଷ୍ମିଧର ଦେହୁରୀ ପ୍ରମୂଖ ଏଥିରେ ସହଯୋଗ କରିଥିଲେ।ଅଣ ସଂକ୍ରମିତରେ ପିଡିତ ମଧୁମେହ,ରକ୍ତଚାପ,କର୍କଟ ପ୍ରଭୃତିଙ୍କୁ ଶିବିରରେ ଚିହ୍ନଟ କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ସେବନ କରିବାକୁ ଶିବିରରେ ପରାମର୍ଶ ଦିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ