Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶର ଶିରୋନାମା ସାଜିଲା ବିରଳ ରକ୍ତଦାନ

ସମ୍ବଲପୁର(ଟାମ୍ପରଗଡ): ଆଦର୍ଶ ଶିରୋନାମା “ରକ୍ତଦାନ”।ଏଭଳି ଏକ ଦୃଷ୍ଟାନ୍ତ ମୂଳକ ସ୍ୱଷ୍ଟ ଉଦାହରଣର ନିଦର୍ଶନ ଦେଇଛନ୍ତି ସୋସିଆଲ ଷ୍ଟାର କ୍ଲବର ଅତିଫ ଆଲାମ। ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଟାମ୍ପରଗଡର ପ୍ରଭାସିନୀ ସାହୁଙ୍କୁ ଆବଶ୍ୟକ ପଡିଲା ରକ୍ତ। ବିରଳ ରକ୍ତ ଏ୨ବି ପୋଜିଟିବ୍। ସହଜରେ ଏ ରକ୍ତ ମିଳିବା କଷ୍ଟକର ହୋଇଥିଲେବି କାର୍ଯ୍ୟରେ ଜୀବନ ବଞ୍ଚାଇବାରେ ସୋସିଆଲ ଷ୍ଟାର କ୍ଲବ୍ ଦେଖାଇଛି ନିଜର ନିଷ୍ଟା ।ମହରମ ଭଳି ପର୍ବ ଚାଲିଥିବା ସମୟରେ ବିରଳ ରକ୍ତଦାତା ହାଜି ସୟଦ୍ ଆରିଫ୍ ଏ୨ବି ପୋଜିଟିବ୍ ରକ୍ତଦାନ କରି ଜୀବନ ବଞ୍ଚାଇବା ଦେଖାଇଛନ୍ତି ନିଜର ତ୍ୟାଗ।ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜୀବନ ପାଇଁ ରକ୍ତର ସଂପର୍କ ଦେଇଛି ସମାଜକୁ ନୂତନ ବାର୍ତ୍ତା। ସମ୍ବଲପୁର ପରି ଭାଇଚାରାର ସଂପର୍କ ସେତୁଯେ ଆଜି ଦରିଆ ପାରି ଭଳି ରକ୍ତଦାନରେ ପାଲଟିଛି ଭିନ୍ନ ଏକ ଶିରୋନାମା। ବିରଳ ରକ୍ତ ପାଇ ପ୍ରଭାସିନୀଙ୍କ ପରିବାର ଯେତିକି ଖୁସୀ ଓ କୃତଜ୍ଞ ତା ଠାରୁ ଯୁଯୋମୁରା ବ୍ଲକର ଅଧିକ ଆନନ୍ଦିତ। ଜୀବନ ଦାନ ପାଇଁ ଉଦ୍ୟୋକ୍ତା ଓ ରକ୍ତଦାତାଙ୍କୁ ଛୁଟୁଛି ଅଭିନନ୍ଦନର ସୂଅ।ଏପରିକି ଅଞ୍ଚଳର ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଏଭଳି ପୂଣ୍ୟ ନିଷ୍ଟାର ପ୍ରତିଫଳନ ଦେଖାଇଥିବା ଉଭୟ ଉଦ୍ୟୋକ୍ତା ଓ ରକ୍ତଦାତାଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ