Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଘାଟି ରେ ଡକାୟତି ଯୋଜନା ପଣ୍ଡ ,୪ ପେଷାଦାର ଅପରାଧୀ ଗିରଫ, ବୋମା ସହ ବହୁ ମାରଣାସ୍ତ୍ର ଜବତ

ଖଲ୍ଲିକୋଟ–୩୦/୦୭–ଆକ୍ସନ ମୁଦ୍ରାରେ ଖଲ୍ଲିକୋଟ ପୋଲିସ ।ସାଧାରଣ ନିର୍ବାଚନ ପୂର୍ବରୁ ଅପରାଧୀ ସଫା କରିବା ଯୋଜନା ।ଗତକାଲି ମୋସ୍ଟ ଉଆଣ୍ଠେଡ଼ ବିଭୁ ଜେନା ଓ ତାର ଦୁଇ ସହଯୋଗୀ ଙ୍କୁ ଗିରଫ କରିଥିବା ବେଳେ ପୁଣି ବିଳମ୍ବିତ ରାତିରେ ବିଭୁ ର ଯୋଗାଯୋଗ ରେ ଥିବା ୪ ପେଷାଦାର ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ଖଲ୍ଲିକୋଟ ପୋଲିସ ।ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଜେନା କୁ ଗିରଫ କରିବା ପରେ ଥାନାରେ ଜେରା ବେଳେ ସେ ଦେଇଥିବା ସୂଚନା ମୁତାବକ ପୋଲିସ ଏସ ଆଇ ପାର୍ଥ ପ୍ରତିମ ଦେବତା ଙ୍କ ନେତୃତ୍ୱରେ ପୋଲିସ ଟିମ ଖଲ୍ଲିକୋଟ ବଡ଼ ଘାଟି ଉପରେ ଚଢ଼ାଉ କରିଥିଲେ ।ବଡ଼ ଘାଟି ର ମେଗା ନର୍ସରୀ ନିକଟରେ କୌଣସି ଏକ ବଡ଼ ଧରଣର ଅପରାଧିକ କାର୍ଯ୍ୟ କଳାପ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଧରିଥିବା ବେଳେ ଆଉ ଜଣେ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲା ।ଗିରଫ ୪ ଜଣ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ବଳରାମ ପରିଡ଼ା(୨୫),କହ୍ନେଇପୁର ଗ୍ରାମର ପ୍ରଶାନ୍ତ କୁମାର ସ୍ୱାଇଁ(୨୩),ତୋଟାଗାଁ ର ନେହେରୁ ପାହାନ(୨୩),ଦଣ୍ଡେଶ୍ୱର ରୋଡ଼ କୋଦଳା ର ବିକ୍ରମ ସାହୁ(୧୯) ବୋଲି ଜଣାପଡିଛି ।ଏମାନଙ୍କ ବିରୋଧରେ ଖଲ୍ଲିକୋଟ ଓ କୋଦଳା ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ରାହାଯାନୀ ଭଳି ମାମଲା ରହିଥିବା ଜଣାପଡିଛି ।ହରିପୁର ଗ୍ରାମର ସଞ୍ଜୟ ଦାସ ଓରଫ କାଳିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ।ପୋଲିସ ସେମାନଙ୍କ ନିକଟ ରୁ ଗୋଟିଏ ୯ ଏମ୍ ଏମ୍ ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ତିନୋଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା, ଫାର୍ସା, ଭୁଜାଲି, ୬ ଗୋଟି ବୋମା, ମରିଚ ଗୁଣ୍ଡ, ହୋଣ୍ଡା ଏକ୍ତିଭା ସ୍କୁଟି ନମ୍ବର ଜିଜେ ୦୫ ପିସି ୫୬୯୮,ହିରୋହଣ୍ଡା ସିଡ଼ି ଡିଲକ୍ସ ବାଇକ ନମ୍ବର ଓଆର ୧୦ ଇ ୩୪୦୧ କୁ ଜବତ କରାଯାଇଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୫୩୧/୨୦୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି ।ଗିରଫ ବଳରାମ ପରିଡ଼ା ବିରୋଧରେ ଖଲ୍ଲିକୋଟ ଥାନାରେ ୩ ଟି କେସ ରହିଥିବା ବେଳେ ପ୍ରଶାନ୍ତ କୁମାର ସ୍ବାଇଁ ବିରୋଧରେ ଖଲ୍ଲିକୋଟ ଥାନାରେ ଗୋଟିଏ ଓ କୋଦଳା ଥାନାରେ ଗୋଟିଏ, ବିକ୍ରମ ସାହୁ ବିରୋଧରେ କୋଦଳା ଥାନାରେ ୫ ଟି କେସ, ନେହେରୁ ପାହାନ ବିରୋଧରେ ଖଲ୍ଲିକୋଟ ଥାନାରେ ଦୁଇଟି କେସ, ରହିଥିବା ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।