Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁଲଡିହିରେ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ଅନ୍ତର୍ଗତ ମହୁଲଡିହି ଗାଁ ରାସ୍ତା କଡ଼ରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ, ଗଗନ ଶର୍ମା, ବିଜୁ ସାହୁ, ବସନ୍ତ ମାଝୀ, ନୃପଲାଲ ଦେବ, ଗଗନ କାଉ, ସୁନିଲ ବାଘ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର ୧୩୦ଟି ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇ ଅନ୍ୟମାନେ ମଧ୍ୟ ନିଜସ୍ଵ ଉଦ୍ୟମରେ ଚାରା ରୋପଣ କରୁ ଥିବା ଦେଖାଯାଇଛି। କାର୍ଯ୍ୟକ୍ରମ ଶେଷରେ ନୃପଲାଲ ଦେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।