Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଏସଓ ଅନିୟମିତତା ମାମଲା: ଦାୟର ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ

କଟକ: ଏଏସଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପୂର୍ବ ରାୟ କାଏମ ରହିଛି। ମାମଲାରେ ଦାୟର ଉଭୟ ରିଭ୍ୟୁ ଏବଂ ରିଟ୍ ପିଟିସନ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ପୂର୍ବ ରାୟର ପୁନର୍ବିଚାର ପାଇଁ କୋର୍ଟରେ ପିଟିସନ ଦାୟର ହୋଇଥିଲା। ପିଟିସନ ଖାରଜ କରିବା ସହ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ। ପୂର୍ବରୁ ଓପିଏସସି ଦ୍ଵାରା ଜାରି ମେରିଟ୍ ଲିଷ୍ଟ ଖାରଜ କରି ଏଏସଓ ସାନି ମେରିଟ୍ ଲିଷ୍ଟ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଏଏସଓ ଚୟନ ପ୍ରକ୍ରିୟା ବିବାଦରେ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜୁଲାଇ 13ରେ ଶେଷ ହୋଇଥିଲା ଏବଂ କୋର୍ଟ କରି ରାୟ ସଂରକ୍ଷିତ ରଖିଥିଲେ। ମେ ୧୯ ତାରିଖରେ ଏଏସ୍‌ଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଓପିଏସ୍‌ସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ। ଏହା ସହ ମୋଟ୍ ମାର୍କ ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶିତ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ଏବଂ ୨୦୧୬ରେ ବିଜ୍ଞପ୍ତି ଅନୁଯାୟୀ, ଦୁଇ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

 ସେପଟେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ। ଏଥିସହ ୨ଟି ପିଟିସନ ଦାୟର କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର ଏବଂ ପକ୍ଷ ନ ଥିବାରୁ ରିଟ୍ ପିଟିସନ ଦାଖଲ କରିଥିଲେ।  ଏଏସ୍‌ଓ ମେରିଟ୍ ଲିଷ୍ଟକୁ ହାଇକୋର୍ଟ ରଦ୍ଦ କରିବା ନେଇ ନିର୍ଦ୍ଦେଶ ଦେବା ପରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ମେ ୨୦ ତାରିଖରେ ଓପିଏସସି ଆଗରେ ଏଏସ୍‌ଓ ମେରିଟ୍ ଲିଷ୍ଟରେ ନାଁ ଥିବା ପ୍ରାର୍ଥୀ ଏକାଠି ହୋଇଥିଲେ ଏବଂ ଏହାକୁ ବିରୋଧ କରିବା ସହ ସେମାନଙ୍କ ପ୍ରତି ଅବିଚାର ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ