Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇସିଡିଏସ କର୍ମଚାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା, ପାଛୋଟି ଆଣି ଘରେ ଛାଡିଲେ ଅଙ୍ଗନୱାଡି କର୍ମି।

କୋକସରା:୩୧/୦୭ କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ଚାକିରୀ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପିଅନ ଭାବେ ଅବସ୍ଥାପିତ ରହିଥିବା କର୍ମଚାରୀ ପ୍ରକାଶ ଚନ୍ଦ୍ର ଶବର ଙ୍କୁ ସୋମବାର ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ସିଡ଼ିପିଓ ସରୋଜା ଲତା ଦେଇ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ସୁପରଭାଇଜର ଓ ଆଙ୍ଗନୱାଡି କର୍ମି ମାନେ ଉପସ୍ଥିତ ରହି ଦୀର୍ଘବର୍ଷ ଧରି କାର୍ଯ୍ୟାଳୟ ରେ ଜଣେ ଭାଇ ପରି ସ୍ନେହ ଭଲ ପାଇବା ଦେଇଥିବା କର୍ମଚାରୀ ଙ୍କ ବିଦାୟ ରେ ସମସ୍ତେ ଜଣେ କର୍ମଠ, ମେଳାପୀ ଓ ନିଷ୍ଠାପର କର୍ମଚାରୀ ଙ୍କ ଅବସର ବିଦାୟ ସମ୍ବର୍ଦ୍ଧନା ରେ ମହିଳା କର୍ମଚାରୀ ମାନେ ଉପଢୌକନ ଦେଇ ଅଶ୍ରୁଳ ନୟନ ରେ ବିଦାୟ ଦେବାସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ।ପରେ କାର୍ଯ୍ୟାଳୟ ରୁ ମହିଳା ଅଧିକାରୀ ଓ ଅଙ୍ଗନୱାଡି କର୍ମୀମାନେ ତାଙ୍କୁ ପାଛୋଟି ନେଇ ତାଙ୍କ ବାସଭବନରେ ଛାଡିଥିବା ବେଳେ ଏହି ସମୟରେ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।