Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ୧୮୮ ରେଙ୍କ ରେ  ଉତିର୍ଣ୍ଣ ହେଲେ ଲକ୍ଷ୍ମୀପୁରର ଚିନ୍ମୟ୍।ନିଜ ପିତା ମାତାଙ୍କୁ ଦେଲେ ଶ୍ରେୟ…

ଲକ୍ଷ୍ମୀପୁର.୩୧।୦୭ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ଗାଁର ଚିନ୍ମୟ୍ କୁମାର୍ ସାହୁ ସୋମବାର ଦିନ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରିକ୍ଷାରେ ୧୮୮ ରେଙ୍କ୍ ରେ ରହି ଉତ୍ତିର୍ଣ୍ଣ ହୋଇଛନ୍ତି।ଆଜି ଖବର ପ୍ରକାଶିତ ହେବା ପରେ ଚିନ୍ମୟ୍ ଙ୍କୁ ବିଭିନ୍ନ ମହଲ୍ଲରୁ ଶୁଭେଛାର ଶୁଅ ଛୁଟିଛି।ଚିନ୍ମୟ୍ ଜଣେ ମେଧାବି ଛାତ୍ର ହେଇଥୁବା ବେଳେ କୋରାପୁଟ ସଦର ଝଡିଗୁଡା ଉଚ୍ଚ ବିଦ୍ୟାଳୟରେ ୮୧ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣିରେ ଉତ୍ତିର୍ଣ୍ଣ ହୋଇଥିବା ଵେଳେ +୨ ବିଜ୍ଞାନରେ ୭୦ ପ୍ରତିଶତ ଓ +୩ ବିଜ୍ଞାନରେ ୭୦ ପ୍ରତିଶତ ଲେଖାଏଁ ମାର୍କ ରଖି ଉତିର୍ଣ୍ଣ ହୋଇଥିଲେ।କଲେଜ ପଢା ରୁ ହିଁ ସେ ଓଡିଶା ପ୍ରଶାସନିକ ସେବା ସକାଶେ ପ୍ରସ୍ତୁତ ଆରମ୍ଭ କରିଥିଲେ।ଯୁକ୍ତ ତିନି ରେ ଉତ୍ତିର୍ଣ୍ଣ ହେବା ପରେ ଦୀଲ୍ଲି ସ୍ଥିତ ବାଜିରାଓ ଏଣ୍ଡ୍ ରେଡି ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଥିଲେ।ପ୍ରଥମେ ସେ ଏହି ପରିକ୍ଷାରେ ଛଅ ନମ୍ବର ସକାଶେ ପଛରେ ରହି ଜାଇଥିବା ବେଳେ ଚଳିତ ଥର କିନ୍ତୁ ୧୮୮ ରେଙ୍କରେ ଉତ୍ତିର୍ଣ୍ଣ ହୋଇଛନ୍ତି।ଏନେଇ ତାଙ୍କ ଗ୍ରାମ ଠାରେ ଖୁସିର ଲହରି ଖେଳି ଜାଇଥିବା ବେଳେ ତାଙ୍କର ଏହି ଶ୍ରେୟ ନିଜର ପିତା ମାତାଙ୍କୁ ଦେଇଛନ୍ତି।ଚିନ୍ମୟ ହେଉଛନ୍ତି ତୁନପାର ଗାଁର ଶୀକ୍ଷକ ନାରାୟଣ ସାହୁ ଓ ବୈଜୟନ୍ତୀ ମାଳା ସାହୁଙ୍କ ଏକ ମାତ୍ର ପୁତ୍ର ଅଟା ଅଟନ୍ତି ।