Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ହାଇସ୍କୁଲ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋକସରା:୩୧/୦୭ କୋକସରା ବ୍ଲକ ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ମୁଖ୍ୟବକ୍ତା ଭାବରେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଣି ରଶ୍ମିତା ନେତମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ଲଡୁଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ,ଅବସରପ୍ରାପ୍ତ ପ୍ରଫେସର୍ ସୀମାଞ୍ଚଲ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ମୁଣ୍ଡ, ଶିକ୍ଷକ ମନୋଜ କୁମାର ମୁଣ୍ଡ, ଚିତ୍ତରଞ୍ଜନ ମହାନ୍ତି, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଦେବକୀ ରାଉତ, ବୈଷ୍ଣବ ମୁଣ୍ଡ, ସୁଧାମୟୀ ରଥ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଦାୟ ଶିକ୍ଷକ ଶ୍ରୀ ଠାକୁରଙ୍କ ସହିତ ବିଦ୍ୟାଳୟରେ ବିତାଇଥିବା ଥିବା ସମୟ ଓ ଶିକ୍ଷାଦାନ କଥାକୁ ବଖାଣିବା ସହିତ ପ୍ରାର୍ଥନା ସମୟରେ ଶିକ୍ଷକ ଙ୍କ ନୀତିବାଣୀ ଖୁବ୍ ମନେ ପଡିବ ବୋଲି କହିଥିଲେ। ସେହିପରି ଅତିଥିମାନେ ମଧ୍ୟ ଶ୍ରୀଠାକୁରଙ୍କ ବିଦ୍ୟାଳୟରେ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ, ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଶିକ୍ଷକ ଠାରୁ ଆରମ୍ଭ କରି ଡାକ୍ତର ଓ ଇଞ୍ଜିନିୟର ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ଜୀବନ ହେଉ ବୋଲି କାମନା କରିଥିଲେ। ଏହି ପରିପେକ୍ଷିରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଳକ ଟପ୍ପର ହୋଇଥିବା ଏହି ବିଦ୍ୟାଳୟର ଛାତ୍ର ରୋସନ ଦାସଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚକୁ ଖେଳ ଶିକ୍ଷକ ଲୋକନାଥ ରାଉତ ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ, ସରୋଜ କୁମାର ତାଣ୍ଡି, ଅମୂଲ୍ୟ କୁମାର ନାଏକ, ଲିଜ୍ୟାନନ୍ଦ ସାହୁ, ଦୟାସଂଗ ନାଏକ, ମନ୍ଦାକିନୀ ନାଏକ, ସରୋଜ କୁମାର ପଢିହାରୀ, ସୁରେନ୍ଦ୍ର ଗଣ୍ଡ, ହିମାଂଶୁ ମହାନନ୍ଦ, ତପନ କୁମାର ମେହେର, ଦୁକ୍ଷେତ୍ର ମାଝୀ, କର୍ମଚାରୀ ଗୋପ ନାଏକ, ନନ୍ଦ ମାଝି, ଦୁଖେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ