Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ଷ୍ଟେସନ ହେବ ପୁନଃ ବିକଶିତ

ସମ୍ବଲପୁର: ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି |ଏପରିକି ହୀରାକୁଦ ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବ |ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି | ଶ୍ରୀ ଶର୍ମା ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ
ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବାବେଳେ ହିରାକୁଦ୍ ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ନିରୀକ୍ଷଣ କରିଥିଲେ |
ପ୍ରକଳ୍ପଗୁଡିକର ସମୀକ୍ଷା କରିବା ଏବଂ ହିରାକୁଦ୍ ଷ୍ଟେସନ୍ ନିରୀକ୍ଷଣ ଏବଂ ନିର୍ମାଣାଧୀନ ROH ନିରୀକ୍ଷଣ କରିବା ସହିତ ଶ୍ରୀ ଶର୍ମା ସଂପୃକ୍ତ ଅଧିକାରୀମାନଙ୍କୁବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି | ଏହି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀକର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା
ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି |ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH)
ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା ଏବଂ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବଦିଆଯାଇଥିଲା | ପରେ, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ସରଲାଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି ଏବଂ 149.37 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପରଆକଳନ ଅନୁମୋଦନ କରାଯାଇଛି | ଏହା ବ୍ୟତୀତ, ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ
ରେଳପଥ ଏବଂ ରାଇଟ୍ସ (RITES) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।ମୋଟାମୋଟି ଭାବେ, ଏହି ପ୍ରକଳ୍ପର 65% ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ସମାପ୍ତ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ଚାଲୁରହିଛି |
ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି | ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ଶ୍ରୀ ବୈଷ୍ଣବ ଅଗ୍ରାଧିକାର ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି |ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH)
ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧିକରାଇବା ଏବଂ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଜନିତ ସୁବିଧା ପ୍ରଦାନ କରାଇବ |
ଏହା ବ୍ୟତୀତ, ଶ୍ରୀ ମନୋଜ ଶର୍ମା ହିରାକୁଦ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ରେଳ ଭିତ୍ତିଭୂମି ବିକାଶର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ | ଖୁବ ଶୀଘ୍ର ହୀରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ |
ସମୀକ୍ଷା ବୈଠକରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଭିନୀତ ସିଂଙ୍କ ସହିତ ରେଳ ମଣ୍ଡଳର ସମସ୍ତ ଶାଖା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories