Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ଵିନ ସିଟିକୁ ବର୍ଷା ଆଲର୍ଟ, ଅପରାହ୍ନ ୨ଟା ଯାଏ ସତର୍କ ସୂଚନା

ଭୁବନେଶ୍ଵର: ଗତକାଲି ପରି ଆଜି ବି ଟ୍ଵିନ ସିଟି ଭୁବନେଶ୍ଵର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷାରେ ପାଣି ଜମିବା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା ରହିଛି।

ସେପଟେ ଗତକାଲି ଭୁବନେଶ୍ଵର ୧୨ ବର୍ଷର ରେକର୍ଡ ଭାଙ୍ଗିଛି। ୬ ଘଣ୍ଟାରେ ୨୫୮ ମିମି ବର୍ଷା ରେକର୍ଡ କରାଯାଇଛି। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ମଧ୍ୟରେ ରାଜ୍ୟରେ ସର୍ବମୋଟ୍ ୧୮୬ ମିମି ବର୍ଷା ରେକର୍ଡ ହୋଇଥିଲା। ରାତି ସାଢ଼େ ୮ଟା ସୁଦ୍ଧା ଏହା ୧୨ ବର୍ଷର ରେକର୍ଡ ଭାଙ୍ଗି ବର୍ଷାର ପରିମାଣ ୨୫୮ ମିମି‌ରେ ପହଞ୍ଚିଥିଲା।

ଛଅ ଘଣ୍ଟାର ନିର୍ଧୁମ୍ ବର୍ଷାରେ ରାଜଧାନୀର ସ୍ଥିତି ସଙ୍ଗିନ୍ ହୋଇଯାଇଥିଲା। ରାସ୍ତାଘାଟ ସବୁ ନଦୀର ଭ୍ରମ ସୃଷ୍ଟି କରିଥିଲା। ବର୍ଷା ଯୋଗୁଁ ତଳି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ସହିତ ରାସ୍ତାରେ ପାଣି ଜମି ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ତା’ ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ଘନଘନ ବିଜୁଳି କାଟ୍ ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ େଦଇଥିଲା। ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥିଲା।