Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନ ଦେବାକୁ ସମ୍ବଲପୁରୀ ଦିନରେ ଉଠିଲା ପୁଣି ଦାବି

ସମ୍ବଲପୁର: ସମ୍ବଲପୁରୀ ଦିନରେ ପୁଣି ଦାବି ଉଠିଛି ସମ୍ଭିଧାନର ଅଷ୍ଟମ ପରିଚ୍ଛେଦରେ ସମ୍ବଲପୁରୀ ଭାଷାକୁ ସ୍ଥାନ ଦେବାକୁ।ସମ୍ବଲପୁରୀ ଭାଷା, ତାର ସାହିତ୍ୟ, ସଂସ୍କୃତି,ପରମ୍ପରା, ପୋଷାକ ପରିଚ୍ଛଦ୍ ,ଖାଦ୍ୟ ପେୟ ଓ ଗୀତ ନୃତ୍ୟ ସହିତ ବାଦ୍ୟ ଯନ୍ତ୍ର ସବୁ କ୍ଷେତ୍ରରେ ରହିଛି ବିଶେଷ ସ୍ୱତନ୍ତ୍ରତା।ଏହି ଭାଷାର ସ୍ୱତନ୍ତ୍ର ମାଧୁର୍ଯ୍ୟ ପାଇଁ ସମ୍ବଲପୁରୀ ବିଶ୍ୱ ଦରବାରରେ ପହଞ୍ଚିଥିବା ନେଇ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ସାଂସାଦ,ମନ୍ତ୍ରୀ ତଥା ସୁବକ୍ତା ପ୍ରଶନ୍ନ ଆଚାର୍ଯ୍ୟ ଯୋଗ ଦେଇ କହିଛନ୍ତି।ଆୟୋଜିତ ଉତ୍ସବରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଷ ଭୋଇଙ୍କ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାଏକ,ଉପଦେଷ୍ଟା ଡଃ ପ୍ରମୋଦ ରଥ ଓ ସୁବୋଧ କୁମାର ଦୋରା ମଞ୍ଚାସୀନ ରହି ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକ ପାତ କରି ସମ୍ବଲପୁରୀ ଦିନ ସଂପ୍ରତି ଏକତା ଓ ସଂହତିରେ ଏକ ଆନ୍ଦୋଳନରେ ପରିଣତ ହୋଇଥିବା କହିଥିଲେ । ପ୍ରାରମ୍ଭରେ ମାଁ ସମଲେଶ୍ବରୀ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା । ସଭାପରେ ଶତୃଘ୍ନ ଲୁହାଙ୍କ କଣ୍ଠରେ ମାଁ ସମଲେଶ୍ବରୀଙ୍କୁ ଆବାହନ କରିବା ପରେ ସମ୍ବଲପୁରୀ ଗୀତ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରର ମାନ୍ୟଗଣ୍ୟ ବ୍ୟକ୍ତି ବିଷେଷଙ୍କ ସହିତ ଗୁଣି,ଜ୍ଞାନି,ବିଭିନ୍ନ ରାଜନୈତିକ ଦଳ ନେତୃ ବୃନ୍ଦ,ପ୍ରଶାସନିକ ଅଧିକାରୀ, କବି,ଶିଳ୍ପି,କଳାକାର ପ୍ରମୂଖଙ୍କ ଏକ ବିରାଟ ସମାବେଶ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ