Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶୁଣିଲାଣି କ୍ଷୁଦ୍ର ଜଳସେଚନ ବିଭାଗ,ନିଜସ୍ଵ ଉଦ୍ୟମ ରେ ଭଙ୍ଗା କେନାଲ କୁ ମରାମତି କରି ଜଳସେଚନ କରୁଛନ୍ତି ଚାଷି।

କୋକସରା:୦୧/୦୮ ଜଳସେଚନ ର ସୁବ୍ୟବସ୍ଥା ଓ ଚାଷି ଙ୍କ ଚାଷଜମି କୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନ ରେ କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଚେକ ଡ୍ୟାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଫଳରେ ଡ୍ୟାମ ରୁ ଜଳସେଚନ ସୁଚାରୁ ରୁପେ ହେଉ ନଥିବା ବେଳେ ଅନେକ ସ୍ଥାନରେ କେନାଲ ଭାଙ୍ଗି ଯାଇଥିବାରୁ ଚାଷି ଙ୍କ ଜମି କୁ ପାଣି ମାଡୁନାହିଁ। ବ୍ଲକ ର ଗୋତୋମୁଣ୍ଡା ପଞ୍ଚାୟତ ଅଠର ନାଲା ଚେକ ଡ୍ୟାମ ରୁ ପାଖାପାଖି ୩ ଶହ ଏକଡ଼ ଚାଷଜମି ଜଳସେଚିତ ହେଉଥିବା ବେଳେ କେନାଲ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା କାରଣ ରୁ ଚାଷି ଜଳସେଚନ ସୁବିଧା ରୁ ବଞ୍ଚିତ ରହୁଛନ୍ତି। କେନାଲ ମରାମତି ପାଇଁ ଗୋତୋମୁଣ୍ଡା ପଞ୍ଚାୟତ ବାଞ୍ଜିକୋଟ, ଚୋରନିଦ୍ୱାର ଭାଇସାଳପଡା ଅଞ୍ଚଳ ର ଚାଷୀମାନେ ବିଗତ୨/୩ ବର୍ଷ ଧରି ଅନେକ ସମୟରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଧାୟକ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ବୋଳି ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓ ନିଆଣ୍ଟିଆ ବର୍ଷା ଯୋଗୁଁ ଧାନ ଚାଷ ନଷ୍ଟ ହେବାକୁ ବସିଥିବା ବେଳେ ଗତ କିଛିଦିନ ଧରି ଲଘୁଚାପ ବର୍ଷା ଯୋଗୁଁ ଡ୍ୟାମ ରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ କେନାଲ ଗୁଡିକ ଭାଙ୍ଗି ପଡିଥିବା ରୁ ଚାଷୀ ମାନେ ନିଜସ୍ଵ ଉଦ୍ୟମ ରେ ଭଙ୍ଗା କେନାଲ କାନ୍ଥରେ ରେ ଗଛ ଭାର ଦେଇ ତାରପୋଲିଂ,ବାଲିବସ୍ତା,ମାଟି ପକାଇ ଚାଷ ଜମି କୁ ପାଣି ମଡାଉଥିବା ଦେଖିବାକୁ ମିଳିଛି। ତେବେ ଆଗକୁ କେନାଲ ମରାମତି ନ କଲେ ଅଞ୍ଚଳ ଚାଷି ମାନେ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଳି ଚାଷି ତ୍ରିନାଥ ଯାନୀ, ଯୁଗେଶ୍ୱର ମାଝୀ, ଦ୍ରୋଣ ପୁଝାରି, ଉପେନ୍ଦ୍ର ବାଗ, ସତ୍ୟ ନାଗ, ଗଣେଶ ପୁଝାରି, ସୁନିଲ ପୁଝାରି, ପ୍ରକାଶ ମାଝୀ ପ୍ରମୁଖ ଚାଷି କହିଛନ୍ତି। ଏନେଇ କୋକସରା କ୍ଷୁଦ୍ର ଜଳସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସ ଙ୍କ ପ୍ରତିକ୍ରିୟା ନେବାରୁ ଅଠର ନାଲା ଚେକ ଡ୍ୟାମ ଓ କେନାଲ ନିର୍ମାଣ ପାଇଁ ଇଷ୍ଟିମେଟ ଦିଆଯାଇଛି, ଅନୁଦାନ ଆସିଲେ କାର୍ଯ୍ୟ ହେବ ବୋଳି କହିଛନ୍ତି।