Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୧ ତମ ସମ୍ବଲପୁରୀ ଦିନ ଉଦଯାପିତ

ସମ୍ବଲପୁର:ପ୍ରବଳରୁ ପ୍ରବଳତର ବର୍ଷା ସତ୍ତ୍ୱେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ତରଫରୁ ଆଜି ସମ୍ବଲପୁର କଚେରୀ ଛକ ଠାରେ ୧୧ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହିତ ସମ୍ପନ୍ନ ହୋଇଛି । ପ୍ରବଳ ବର୍ଷା ସତ୍ବେ ବି ନା କମିଥିଲା ଆୟୋଜକ ଙ୍କ ଯୋସ୍ ନା କମିଥିଲା ଦର୍ଶକ ଙ୍କ ଭିଡ । ସକାଳେ sambalpuri କବିତାପାଠ ଅନୁଷ୍ଠିତ ହୋଇଥିଲା, କାର୍ଯକ୍ରମ କୁ ଗୁନରଞ୍ଜନ ସଲିମା ସଭାପତିତ୍ବ କରିଥିଲେ ପାଙ୍କଜିନି ମେହେର, ଲଳିତ ବେବର୍ତ୍ତା, ସ୍ଵୟଂପ୍ରକାସ ପଣ୍ଡା ଓ ବାବଲୁ ବାଗ ସଂଯୋଜନା କରିଥିଲେ।
ପୁର୍ବତନ ମନ୍ତ୍ରୀ ଶ୍ରଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଓ ଶ୍ରୀଯୁକ୍ତ ନାଉରୀ ନାୟକ ଓ ରେଙ୍ଗାଲି ବିଧାୟକ ମାଁ ସମଲେଇ ଙ୍କ ଠାରେ ଦୀପ ପ୍ରଜ୍ବଳନ କରିବା ସହ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ସନ୍ଧ୍ୟାରେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଆଇ.ଆଇ.ଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସୱାଲ, ବିକାସ ଗ୍ରୁପ ର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୋଦିନି ନାୟକ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ର ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଜାତୀୟ ସମ୍ବଲପୁରୀ ସମ୍ମାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନ୍ୟାନ୍ୟ ଦାସ ଏସପି ମୁକେଶ ଭାମୁ, ମହା ନଗର ନିଗମ କମିଶନର bedbhusan ଭୋଇ ସାମିଲ ହୋଇଥିଲେ।। କାର୍ଯକ୍ରମ ର ମୁଖ୍ୟ ଆକର୍ଷଣ ଭାବେ ଶାନ୍ତନୁ ସାହୁ, ଶୀତଳ ସାହୁ, ଉମାକାନ୍ତ ବାରିକ୍, ରବୋରତ୍ନ ବାଗ, ଫତାଇଖାଇଲି ବେଲାଳ ର ଗାୟିକା ନୂର୍ ବେଗମ୍, , ଓ ସତ୍ରୁଘନ ଲୁହା , ଲିପିକା ବିଭାର,ଚେତନମୟୀ,ମାନସ ଷଡ଼ଙ୍ଗୀ, ପ୍ରିତିନନ୍ଦପ୍ରମୁଖ ଆକର୍ଷଣ ଥିଲେ, କାୟକ୍ରମ୍ କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବହାକ ଭବାନିଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ବକ୍ସି, ସଂଗଠନ ସଂଯୋଜକ ସୁବୋଧ ଦୋରା , ସମ୍ବଲପୁରୀ ଦିନ ସଂଯୋଜକ ଡ ପ୍ରମୋଦ ରଥ କାର୍ଯକ୍ରମକୁ ପରିଚାଳନା କରିଥିବା ବେଳେ ତର୍ପଣ ପ୍ରଧାନ, ସତ୍ୟନାରାୟଣ ସାହୁ, ଅଞ୍ଜନ ପଢ଼ାନ, ଅମୃତ ପଣ୍ଡା, ସାଂସ୍କୃତିକ,ଦିବ୍ୟାନି ଚଇନି ପ୍ରମୁଖ ସଂଯୋଜନା କରିଥିଲେ।