Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟରେ ବର୍ଷା ବିତ୍ପାତ, ଏ ପର୍ଯ୍ୟନ୍ତ ୧୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ଵର:  ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଉଛି।  ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ କେନ୍ଦୁଝର ପରେ ଦେବଗଡ଼ ସମେତ ୧୩ ଜିଲ୍ଲାରେ ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଦେବଗଡ଼ରେ ଆଜି ଏବଂ ଆସନ୍ତକାଲି ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ସେହିପରି କଳାହାଣ୍ଡି ଜିଲ୍ଲା ସମସ୍ତ ସ୍କୁଲ ଛୁଟି ନେଇ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନବାଡି ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ବୁଧବାର ଦିନକ ପାଇଁ ସମସ୍ତ ସ୍କୁଲ ବନ୍ଦ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ନେଇ ଘୋଷଣା କରାଯାଇଛି । ଲଗାଣ ବର୍ଷା ପାଇଁ  ବୁଧବାର ଦିନ ନୂଆପଡା ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରିଛନ୍ତି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସୟ ।

ସେହିପରି ସମ୍ବଲପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନକ ପାଇଁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ନୟାଗଡ଼, ମୟୁରଭଞ୍ଜ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ଅନୁଗୋଳ ଜିଲ୍ଲାରେ ମଧ୍ୟ ଦିନକ ପାଇଁ ବନ୍ଦ ରହିବ ସ୍କୁଲ ।

More Stories