Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନ ଭିନ୍ନ ପୋଲ ଉପରେ ପାଣିର ସ୍ରୋତ, ଯାତାୟାତ ବାଧାପ୍ରାପ୍ତ

ଜମନକିରା : ଗତ ତିନି ଦିନ ଧରି ମୌସୁମୀ ସାଙ୍ଗକୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ନଦୀ ଫୁଲି ପୋଲ ଉପରେ ବୋହୁଛି। ଲୋକେ ଯାତାୟାତ କରି ନପାରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ହୋଇଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ବେଲୁଆମାଲ ଗ୍ରାମର ଜାମଜୁରିନାଳ ଏବଂ ନକଟିପାଲି ଗ୍ରାମର ବାରଟେଙ୍ଗରା ନଦୀ ପୋଲ। ପାଣି ସ୍ରୋତ ବଢ଼ି ପୋଲ ଗୁଡ଼ିକ ଉପରେ ପାଣି ବହୁଛି। ଯଦ୍ବାରା କେନାଢିପା ପଞ୍ଚାୟତ ଏବଂ ମହଦା ପଞ୍ଚାୟତ ଅଞ୍ଚଳର ଲୋକେ ନାହିଁ ନଥିବା ସମସ୍ୟାରେ ରହିଛନ୍ତି। ଏ ଅଞ୍ଚଳର ଲୋକେ ପ୍ରତ୍ୟହ ଜମନକିରା ବ୍ଲକ କାର୍ଯ୍ୟାଳୟ, ଫାଶୀମାଲ ସ୍ୱାସ୍ଥ୍ୟକେନ୍ଦ୍ର, ଫାଶୀମାଲ ଲ୍ୟାମ୍ପସ, ଫାଶୀମାଲ ଉତ୍କଳ ବ୍ୟାଙ୍କ, ଫାଶୀମାଲ କଲେଜ ସମେତ ପଞ୍ଜାବ ବ୍ୟାଙ୍କ ଆଦି କାର୍ଯ୍ୟାଳୟକୁ ଯାଇ କାମ କରିବାରେ ଅସୁବିଧା ଭୋଗୁଛନ୍ତି। ମୂଖ୍ୟତଃ ଏବେ ଚାଷ କାମ ଚାଲିଥିବା ବେଳେ ଚାଷୀଙ୍କ ଚାଷ ପାଇଁ ଆବଶ୍ୟକତା ପଡ଼ୁଥିବା ରୂଣ, ସାର ଲାଗି ଲୋକେ ଲ୍ୟାମ୍ପସ କୁ ଯାଇ ପାରୁନାହାନ୍ତି। ସେପଟେ ଜମନକିରା ଫାଶୀମାଲ ଝାରସୁଗୁଡ଼ା ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ ଏ ସମସ୍ୟାକୁ ଅନୁଧ୍ୟାନ କରି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ