Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସମ୍ବଲପୁର:ରାଜ୍ୟରେ କେତେ ସୁରକ୍ଷିତ ଝିଅ ଓ ମହିଳା? ଲୋକସଭାର ପ୍ରଶ୍ନ ଉତ୍ତରରୁ ସାମ୍ନାକୁ ଆସିଛି ଏବଳି ଚିନ୍ତାଜନକ ତଥ୍ୟ । ଗୋଟିଏ ବର୍ଷ ଭିତରେ ସାଢେ ୩ ହଜାରରୁ ଅଧିକ ନାବାଳିକା ଓ ୩୦ ହଜାର ୧୮ ବର୍ଷରୁ ଅଧିକ ଝିଅ, ମହିଳା ଓଡିଶାରୁ ନିଖୋଜ ହୋଇଥିବା ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଯାହାପରେ ରାଜ୍ୟରେ ମହିଳା ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗତବର୍ଷ ସେପ୍ଟେମ୍ବର ମାସରେ ନିଖୋଜ ଝିଅ ପିହୁକୁ ଫେରାଇ ଆଣିବା ପାଇଁ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ମା’ ମୋନାଲିସା ନାୟକ । ଝିଅ ନିଖୋଜ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମୋନାସିଲା । କାରଣ ୨୦୨୦ ଅଗଷ୍ଟ ୮ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲା ୨ ବର୍ଷର ପିହୁ । ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁରୁ କେହି ତାକୁ ଅପହରଣ କରିନେଇଥିବା ସନ୍ଦେହ କରି ବିଞ୍ଝାରପୁର ଥାନାରେ ମାମଲା ହୋଇଥିଲା । ଘଟଣାକୁ ୩ ବର୍ଷ ବିତି ଯାଇଥିଲେ ବି ତାର ପତ୍ତା ପାଉନି ପୋଲିସ । ଝିଅକୁ ଫେରାଇ ଆଣିବା ଦାବିରେ ମା’ ମୋନାଲିସା ଏମିତି ଅନେକଥର ଧାରଣାରେ ବସିଛନ୍ତି, ହେଲେ ତାଙ୍କୁ ପ୍ରତିଶ୍ରୁତି ଛଡା ଆଉକିଛି ମିଳିନାହିଁ ।
ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିହୁ ଭଳି ରାଜ୍ୟର ଅନେକ ଝିଅ ନିଖୋଜ ଅଛନ୍ତି । ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ଯେ, କେବଳ ୨୦୨୧ ମସିହାରେ ଓଡିଶାରୁ ପ୍ରାୟ ସାଢେ ୩ ହଜାର ଝିଅ ନିଖୋଜ ହୋଇଛନ୍ତି । ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍ ।
ଗତ ୧୦ ବର୍ଷ ମଧ୍ୟରେ ଦେଶରେ କେତେ ଝିଅ ନିଖୋଜ ହୋଇଛନ୍ତି ସେନେଇ ଏକ ଲିଖିତ ପ୍ରଶ୍ନ କରିଥିଲେ ଲୋକସଭା ସାଂସଦ କାନିମୋଝୀ, କୁଅଁର ଦାନିଶ ଅଲି ଏବଂ ଅରବିନ୍ଦ ଗଣପତ ସାୱନ୍ତ । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା । ଏଥିରେ ରାଜ୍ୟୱାରୀ ୧୮ ବର୍ଷରୁ ଅଧିକ ମହିଳା ଓ ୧୮ ବର୍ଷରୁ କମ୍ ନିଖୋଜ ଝିଅଙ୍କ ବାବଦରେ ତଥ୍ୟ ଦିଆଯାଇଛି । ଯାହା ବେଶ ଚିନ୍ତାଜନକ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟକୁ ଆଧାର କରି ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଓଡି଼ଶାରେ ନିଖୋଜ ଝିଅଙ୍କ (୧୮ ବର୍ଷରୁ କମ୍) ତାଲିକା ଭିତରେ ୨୦୨୦ ଯାଏଁ ୨,୭୪୩ ଝିଅ,
କେବଳ ୨୦୨୧ରେ ୩,୬୫୬ ଓ୨୦୨୧ ଯାଏଁ ମୋଟ୍ ୬,୩୯୯ ଝିଅ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ
୨୦୨୧ ସୁଦ୍ଧା ୩,୯୪୩ ଝିଅ ଉଦ୍ଧାର ହୋଇଥିବା ବେଳେ
ଏଯାଏଁ ୨,୪୫୬ ଝିଙ୍କ ପତ୍ତା ମିଳୁନାହିଁ।
ସେହିପରି ଓଡି଼ଶାରେ ନିଖୋଜ ମହିଳାଙ୍କ (୧୮ ବର୍ଷରୁ ଅଧିକ) ତାଲିକାରେ
୨୦୨୦ ଯାଏଁ ୨୦,୨୫୨ ମହିଳା ନିଖୋଜ ରହିଛନ୍ତି।
୨୦୨୧ରେ ୯,୩୩୦, ୨୦୨୧ ଯାଏଁ ମୋଟ୍ ୨୯,୫୮୨ ନିଖୋଜ ମହିଳାଙ୍କ ମଧ୍ୟରୁ ୨୦୨୧ ସୁଦ୍ଧା ୧୨,୮୬୩ ମହିଳା ଉଦ୍ଧାର ହୋଇଏଯାଏଁ ୧୬,୭୧୯ ମହିଳା ଲାପତ୍ତା ରହିଛନ୍ତି। ତେବେ ଗତ ୨ ବର୍ଷର ତଥ୍ୟ ସାମ୍ନାକୁ ଆସିନାହିଁ । ଗତ ୨ ବର୍ଷ ମଧ୍ୟରେ ରାଜ୍ୟର ବହୁ ଘଟଣା ଲୋକ ନଜରକୁ ଆସିଥିଲେବି ଅନେକ ଯେମିତି ରହସ୍ୟମୟ ହୋଇଛି।ପ୍ରକୃତ ଘଟଣା ଓ ତଥ୍ୟ ସାର୍ବଜନୀନ ହୋଇପାରିଲେ ଅନ୍ତତଃ ଦେଶ ଓ ରାଜ୍ୟରୁ ଏହି ସଂଖ୍ୟା କମିବା ଆଶା କରାଯାଉଛି।
ଲୋକସଭା ପ୍ରଶ୍ନୋତ୍ତରରେ ସାମ୍ନାକୁ ଆସିଥିବା ନିଖୋଜ ମହିଳାଙ୍କ ଏତେବଡ ତଥ୍ୟ ଦେଶ ତଥା ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତ୍ୟେକ ଥାନାରେ ମହିଳା ସହାୟତା କେନ୍ଦ୍ର ଓ ପ୍ରତି ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ୍ ଖୋଲା ଯାଇଥିଲେ ମଧ୍ୟ ଦେଶର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଏଗୁଡିକ ଫେଲ ମାରିଛି ।ଏହାକୁ ନେଇ ସମାଜବିତ ମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି।ଏକ ସକରାତ୍ମକ ଚିନ୍ତାଧାରା ନେଇ ମହିଳା ସୁରକ୍ଷା ଦିଗରେ ସବୁ କ୍ଷେତ୍ରରେ ତତ୍ପରତା ବୃଦ୍ଧି ପାଇବା ନେଇ ମତ ପ୍ରକାଶ ପାଉଛି।