Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଧ୍ୟମ ଧରଣର ବନ୍ୟା ଆଶଙ୍କା, ୭ ଜିଲ୍ଲାରେ ଓଡ୍ରାଫ-ଏନଡିଆରଏଫ ମୁତୟନ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଏକ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ବର୍ଷାଜନିତ ବନ୍ୟା ସ୍ଥିତି ନେଇ ଗୁରୁବାର ଏସଆରସି ଏନେଇ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି। ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ଅବବାହିକାର ୭ ଜିଲ୍ଲାରେ ପ୍ରସ୍ତୁତି କରାଯାଇଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ୨୩ ଓଡ୍ରାଫ, ୮ ଏନଡିଆରଏଫ, ୬୨ଟି ଅଗ୍ନିଶମ ଟିମ ମୁତୟନ କରାଯାଇଛି।

ବନ୍ୟା ମୁକାବିଲା ନେଇ ୭ ଜିଲ୍ଲା ପାଇଁ ୬୨ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍। ୬୨ ଫାୟାର ଆଣ୍ଡ ଏମର୍ଜେନ୍ସି ଟିମ୍ ମୁତୟନ କରାଯାଇଥିବା ସ୍ଵତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାରେ ୧୦, କଟକ ସଦରରେ ୧୦, ଆଠଗଡ଼ ପାଇଁ ୮ ଟିମ, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡ଼ରେ ୮, ପୁରୀ ପାଇଁ ୧୨ ଟିମ୍ ମୁତୟନ କରାଯାଇଛି।

ମହାନଦୀ ମୁଣ୍ଡଳିରେ ଏବେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ତେବେ ମୁଣ୍ଡଳୀରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ମୁଣ୍ଡଳି ପାସ୍ କରିବାର ୧୨ ଘଣ୍ଟା ପରେ ବନ୍ୟାପାଣି ୩ଟି ଜିଲ୍ଲାରେ ପହଞ୍ଚିବ। ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ଏସଆରସି କହିଛନ୍ତି।

More Stories