ବୀରମହାରାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସମସ୍ତ ପନ୍ଦର ଗୋଟି ଗ୍ରାମ ପଞ୍ଚାୟତ ନାହିଁ ନ ଥିବା ସ୍ଥିତି ଉପୁଜିଥିବା ଜଣାଯାଇଛି l ବିଶେଷକରି ବୀରମହାରାଜପୁର – ଅମର ପାଲି ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି I ପଥରଘାଟ – ମୁର୍ଷୁଣ୍ଢି ହରିହର ଜୋର ଉପରେ ରହିଥିବା ପୋଲ ଉପରେ ବର୍ଷା ପାଣି ସହିତ ଡ୍ୟାମ୍ ପାଣି ମିଶି 5 ଫୁଟ ଜଳ ପ୍ରବାହିତ ହୋଇଥିଲା I ଉକ୍ତ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା l ବନ୍ୟା ପରେ ପୋଲର ପାର୍ଶ୍ଵ ରାସ୍ତା ଧୋଇ ଯାଇଥିବା ବେଳେ ଏହି ରାସ୍ତାରେ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି l ଠିକ୍ ସେହିପରି ପୂର୍ତ୍ତବିଭାଗ ରାସ୍ତା ଭୁତିଆ ପାଲି – ଲୁଟୁରପଙ୍କ ପୋଲ ର ପାର୍ଶ୍ଵ ରାସ୍ତା ବନ୍ୟା ପାଣିରେ ଧୋଇ ଯିବା ଫଳରେ ଗାଡି ମୋଟର ଯିବା ଆସିବା କରିବା ବନ୍ଦ ହୋଇଯାଇଛି I ଏହାଦ୍ବାରା ଲୁ ତୁରପଙ୍କ , ବହଳପଦର , ଦୁର୍ଜନ ତୈଲl ଆଦି ପଞ୍ଚାୟତ ବାସୀ ବୀରମହାରାଜାପୁର ସହିତ ଯିବା ଆସିବା କରିବା ଏକ ପ୍ରକାର ପ୍ରତିବନ୍ଧକ ଦେଖା ଦେଇଛି I ଅପର ପକ୍ଷରେ ଆଜି ବୀରମହାରାଜପୁର – ବହଲପଦର – ମୁଚିବାହାଲ ଦେଇ ସମ୍ବଲପୁର ରେଢ଼ାଖୋଲ ଆଦି କୁ ବସ୍ ସହିତ ଅନ୍ୟାନ୍ୟ ଗାଡି ମୋଟର ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି I ବିଭିନ୍ନ ସ୍ଥାନ ରେ ରାସ୍ତା ଭାଙ୍ଗିଯାଇଥିବା ବେଳେ ଅନେକ ସ୍ଥାନରେ ଘର ର କାନ୍ଥ ପଡିଯାଇଥିବାର ଦେଖିବାକୁ ମିଳିଥିଲା l ଆଜି ସ୍ଥାନୀୟ ବିଧାୟକ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ l ଅନେକ ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇ ବର୍ତ୍ତମାନ ସୁଦ୍ଧା ବର୍ଷା ପାଣି ଜମିରହିଛି l ବିଧାୟକ ଙ୍କ ସହିତ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ , ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ , ପୂର୍ବତନ ବ୍ଲକ ଚ୍ୟାରମେନ ରଂଜିତ କୁମାର ରଥ , ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା , ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା , ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ , ଆତ୍ମା ପୂର୍ବତନ ଅଧ୍ୟକ୍ଷ ଆଲୋକ ଦେହୁରୀ , ମଧୁ ସୁଦନ ପଣ୍ଡା , ଭଗବାନ କର୍ଣ୍ଣ , ଚିତ୍ତ ରଞ୍ଜନ ଦାଶ , ଶ୍ରୀକାନ୍ତ କର୍ମୀ ପ୍ରମୁଖ ସାମିଲ ଥିଲେ l ବନ୍ୟା ରେ ଘର ଭାଙ୍ଗି ଥିବା ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ସହିତ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ତରଫରୁ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିବାର ଜଣାଯାଇଛି l କୌଣସି ଘୋଷଣା ନକରି ହରିହର ଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ର କବାଟ ଖୋଲିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥିବାର ଏଠାରେ ଜୋରସୋର ରେ ଚର୍ଚ୍ଚା ହେଉଛି l ମୂଶୁଣ୍ଢୀ ବ୍ରିଜ , ଫୁଲଚରା ଗ୍ରାମ୍ୟ ଉନ୍ନୟନ ରାସ୍ତା , ଦୁହୁଲପାଲି ବ୍ଲକ ରାସ୍ତା , ପିତା ମହୁଲ , ଡୁଳେଶ୍ୱର ରାସ୍ତା , ମୂରଶୁଣ୍ଢୀ ଅମରପାଲି ରାସ୍ତା ଅନେକ ସ୍ଥାନରେ ଘାଇ ହୋଇ ଥିବାର ଜଣାଯାଇଛି l
ବନ୍ୟା ପରେ ବୀରମହାରାଜପୁର – ଅମର ପାଲି ପୂର୍ତ୍ତବିଭାଗ ରାସ୍ତା ଦୁରାବସ୍ଥା ; ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ ପଦ୍ମନାଭ ବେହେରା
