Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥରେ ଆହତ ଗାଈ ସ୍ଥାନାନ୍ତର, ଚକିତ୍ସା ପାଇଁ ତତ୍ପରତା

ସମ୍ବଲପୁର(ପଡିଆବାହାଲ): ଆହତ ଗାଈର ଚିକିତ୍ସା ଚାଲିଛି। ଦିନକୁ ଦିନ ସେ ସୁସ୍ଥ ହେବା ଲକ୍ଷ କରାଯାଉଥିଲେବି ଭଙ୍ଗା ହାଡ ଯୋଡିବାକୁ କେବଳ ପ୍ଲାଷ୍ଟର କରିବା ବାକି ଅଛି। ଜାତୀୟ ରାଜପଥ ପଡିଆବାହାଲ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଗତ ୧ ତାରିଖରେ ଏକ ଗୋରୁ ଦୂର୍ଘଟଣାର ଶୀକାର ହୋଇ ଜାତୀୟ ରାଜପଥରେ ପଡି ରହିଥିଲା।ପ୍ରବଳରୁ ପ୍ରବଳ ବର୍ଷାରେ ମୂଖ୍ୟ ରାଜପଥରେ ପଡିଥିବା ଏହି ଗାଈ ଉପରେ ପ୍ରଥମ ନଜର ଦେଇଥିଲେ ଅଞ୍ଚଳର ଜଣେ ସାମାଜିକ ଚିନ୍ତାଧାରା ରଖିଥିବା ଟେମ୍ପୋ ଚାଲକ ଶଙ୍କର ନାୟକଙ୍କ । ରାସ୍ତା କଡରୁ ହଟାଇ ଅନ୍ୟତ୍ର ରଖିବାକୁ ଚେଷ୍ଟା କରିଥିବା ବେଳେ ଆହତ ହୋଇଥିବା ଲକ୍ଷ୍ୟ କରି ପ୍ରଥମେ ପ୍ରାଣୀ ବିଭାଗର ଏଲଆଇଙ୍କୁ ଡକାଇ ଚିକିତ୍ସା କରିବା ପରେ ବର୍ଷାରୁ ରକ୍ଷାରୁ ପାଇଁ ଏକ ଅସ୍ଥାୟୀ ଟେଣ୍ଟ ମଧ୍ୟ ତିଆରି କରିଥିଲେ।ଏଭଳି ଖବର ଅଞ୍ଚଳର ଜଣେ ସାମାଜିକ କର୍ମୀଙ୍କୁ ଜଣାଇବା ପରେ ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ଜଣାଇ ଗାଈର ସୁରକ୍ଷା ପାଇଁ ତ୍ୱରୀତ ପଦକ୍ଷେପ ନିଆଯାଇଥିଲା। ଗାଈର ମାଲିକଙ୍କୁ ଚିହ୍ନଟ ହୋଇ ନପାରିବାରୁ ଏହାକୁ ସମ୍ବଲପୁର ପ୍ରାଣୀ ଧନ ବିଭାଗ ସହିତ ବିଭିନ୍ନ ଗୋଶାଳା ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ କୌଣସି ଠାରେ ଏହାର ରହିବା ପାଇଁ ସୁବିଧା ନହେବାରୁ ଶେଷରେ ଏନଏଚଆଇ ସହାୟତାରେ ଉକ୍ତ ଆହତ ଗାଈକୁ ସ୍ଥାନୀୟ ଆରଏମସିକୁ ସ୍ଥାନାନ୍ତର କରାଯାଇଥିଲା।ଯୁଯୋମୁରା ବିଭିଓ ଡା.ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମହେଶ ଦୀପ ବାହାମ ଓ ତପନ ଡଙ୍ଗରପଡାର ଏଲଆଇ ଉଭୟେ ଆହତ ଗାଈର ଚିକିତ୍ସା କରୁଥିବା ବେଳେ ଏଥିରେ ବିନାୟକ ଡେରାର ସୁଶାନ୍ତ ନାୟକ, ପଡିଆବାହାଲର କେଶବ ମେହେର,ମନୋଜ ଦାଶ, ଡା.ରାଜାରାମ ଷଡଙ୍ଗୀ ପ୍ରମୂଖ ସହଯୋଗ କରିଥିଲେ ।ଆସନ୍ତା କାଲି ଗାଈର ପ୍ଲାଷ୍ଟର କରାଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ