Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପବନ୍ଧୁ ସେବା ସଂଗଠନ ପକ୍ଷରୁ ସମ୍ବଲପୁର ଦିନ ପାଳିତ

ସମ୍ବଲପୁର: ଗୋପବନ୍ଧୁ ସେବା ସଂଗଠନ ତରଫରୁ ସ୍ଥାନୀୟ ପାୱାର ହାଉସ କ୍ଲବ ଠାରେ ” ସମ୍ବଲପୁରୀ ଦିନ ” ପାଳିତ ହୋଇଯାଇଛି I ସଭ୍ୟ ଅଶ୍ୱିନୀ ମହାନନ୍ଦ ଙ୍କ ପରିଚାଳନାରେ ଉତ୍ସବରେ ମୁଖ୍ୟ ଅତିଥି ଆଡ଼ଭୋକେଟ ପ୍ରସନ୍ନ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଶ୍ରୀ ତରଣୀସେନ ଚାନ୍ଦ, ଅନ୍ୟତମ ଅତିଥି ରୂପେ ପୂର୍ବତନ ଶିକ୍ଷକ ଶ୍ରୀ ରାଜେଶ ମିଶ୍ର, ସଂଘର ଉପଦେଷ୍ଟା ଶ୍ରୀ ଦେବାଶିଷ ନନ୍ଦ, ଓ ସଭାପତି ଶ୍ରୀ ବୈଦ୍ୟନାଥ ଧର ସମ୍ବଲପୁରୀ ଦିନ ପାଳନ ର ବିଶେଷତ୍ତ୍ୱ ଉପରେ ଆଲୋଚନା କରିଥିଲେ I ସର୍ବପ୍ରଥମେ ମାଁ ସମଲେଶ୍ୱରୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା ଓ ପରେ ରଙ୍ଗାରଙ୍ଗ ସମ୍ବଲପୁରୀ କାର୍ଯ୍ୟକ୍ରମ ସଦସ୍ୟ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଜଣା ଶୁଣା କବି ଶ୍ରୀ ଅର୍ଜୁନ ମେହେରଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ  କରାଯାଇଥିଲା । ଶ୍ରୀ ଅନିଲ ଦାଶ ମାନ ପତ୍ର ପାଠ କରିଥିଲେ I ଶେଷରେ ସଂଘ ର ସଭ୍ୟ  ଶ୍ରୀ ସୁବ୍ରତ ପଟ୍ଟନାୟକ (ଭୀମ ) ଙ୍କ କଣ୍ଠରେ ଗାଇଥିବା ପ୍ରଥମ ଗୀତକୁ ଶ୍ରୀ ଦେବାଶିଷ ନନ୍ଦ ସାମାଜିକ ଗଣ ମାଧ୍ୟମରେ ପ୍ରକାଶିତ କରିଥିଲେ I ସଙ୍ଘର ଅନ୍ୟାନ୍ୟ ସଭ୍ୟ ମାନେ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ଓ ଶେଷରେ ସମ୍ବଲପୁରୀ ଖାଦ୍ୟ ପାନୀୟ ପରିବେଷଣ କରାଗଲା I ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ ଓ ଆଗାମୀ  ଦିନରେ ଏହାକୁ ବ୍ୟାପକ ରୂପେ ପାଳନ  କରିବା ପାଇଁ ସ୍ଥିର କରାଯାଇଛି I ଶେଷରେ ଶ୍ରୀ ଦୀପକ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ