Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଙ୍କ କୋକସରା ବ୍ଲକ ଗସ, 5ଟି ଅଧୀନରେ ହେଉଥିବା ବିଭିନ୍ନ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା

କୋକସରା:୦୪/୮ କଳାହାଣ୍ଡି ଜିଲ୍ଲାପାଳ କୋକସରା ବ୍ଲକ ଗସ୍ତ ରେ ଆସି 5 ଟି ଅଧୀନରେ ରୂପାନ୍ତରିତ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସ୍ଥଳି ପରିଦର୍ଶନ ସହ ସମୀକ୍ଷା କରିଛନ୍ତି।।କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷ। ରେଡି କୋକସରା ବ୍ଲକ ପରିଦର୍ଶନ ରେ ଆସି ପ୍ରଥମେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ସହ ଡାକ୍ତରଖାନାରେ ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଭେଟି ଡାକ୍ତରଖାନାରେ ମିଳୁଥିବା ଚିକିତ୍ସା ସୁବିଧା ଓ ନିରାମୟ ଔଷଧ ଯୋଜନା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ଏକ୍ସରେ ମେସିନ ଓ ଟେକ୍ନିସିଏନ କର୍ମଚାରୀ ଥାଇ ମଧ୍ୟ କାହିଁକି ଏକ୍ସରେ ମେସିନ କାର୍ଯ୍ୟ ରେ ଆସୁନାହିଁ ବୋଳି ସ୍ଥାନୀୟ ଲୋକମାନେଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏନେଇ ଜିଲ୍ଲାପାଳ ଭାରପ୍ରାପ୍ତ ଡାକ୍ତର ଙ୍କୁ ବୁଝିବା ପରେ ଶୀଘ୍ର ଏକ୍ସରେ ମେସିନ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରେ କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିଦର୍ଶନ କରି ଉଭୟ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ 5ଟି ଯୋଜନା ରେ ମିଳିଥିବା ଅନୁଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ପରେ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ, ଡେଙ୍ଗାଗୁଡା ଉଚ୍ଚ ବିଦ୍ୟାଳୟ, ଡୁଡୁକାଠେଙ୍ଗା ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଙ୍କ ସହ ରୂପାନ୍ତରିତହେବାକୁ ଥିବା ବିଦ୍ୟାଳୟ ର ଆନୁସଙ୍ଗିକ ଭିତ୍ତିଭୂମି ବିଷୟରେ ପଚାରି ବୁଝିଥିଲେ। ଡୁଡୁକାଠେଙ୍ଗା ଉଚ୍ଚ ବିଦ୍ୟାଳୟ ରେ ରହିଥିବା ସ୍କୁଲ ନିର୍ମାଣ ପାଇଁ ସମସ୍ୟା ଉପରେ ସ୍କୁଲ ପରିଚଳନା କମିଟି,ଜମି ଦାନ କରିଥିବା ମାଲିକ,ପ୍ରଧାନ ଶିକ୍ଷକ ତ୍ରିଦଶ ନାଏକ ଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ କୋକସରା ବିଡ଼ିଓ ଉତ୍ତମ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି,ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି, କୀର୍ତ୍ତି ବେହେରା,ବିଭିନ୍ନ ସ୍କୁଲ ର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲାପାଳ ଙ୍କୁ କୋକସରା ବ୍ଲକ ରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ