Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ମଝିରେ ଧାନ ରୁଇ ପ୍ରତିବାଦ କଲେ ଗ୍ରାମବାସୀ

ଜମନକିରା : ରାସ୍ତାରେ ଯାତାୟାତ ପାଇଁ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ବହୁତ ଅସୁବିଧାର ସମ୍ବୁଖିନ ହୋଇଥାନ୍ତି ଜମନକିରା ବ୍ଲକ କେନାଢିପା ଗ୍ରାମପଞ୍ଚାୟତ ଅଧିନସ୍ତ ଭୋଇଡେରା ଗାଁର ଗ୍ରାମବାସୀ। ବାରମ୍ବାର ପ୍ରଶାସନ ର ଦ୍ଵାରସ୍ତ ହେଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ପ୍ରଶାସନ। ଗତ ପଂଚାୟତ ସ୍ତରୀୟ ନିର୍ବାଚନ ସମୟରେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଥିଲେ। ଫଳରେ ତତ୍କାଳୀନ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ସମେତ ଅନେକ ରାଜନୈତିକ ଦଳ ମତଦାନ ର ମାସକ ପରେ ରାସ୍ତା ତିଆରି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଶାସନ ଏବଂ ରାଜନୈତିକ ଦଳର ପ୍ରତିଶ୍ରୁତି ପାଲଟି ଯାଇଛି ପାଣିର ଗାର। ଏବେ ଉକ୍ତ ରାସ୍ତାରେ ପାଣି ଭର୍ତ୍ତି ହୋଇ କାଦୁଅ ପଚ୍ ପଚ୍ ହୋଇ ହୋଇ ଯାତାୟାତ କରିବା ମୁସ୍କିଲ ହୋଇପଡିଛି। ଅନ୍ୟୋନ୍ୟପାୟୀ ହୋଇ ଆଜି ଗ୍ରାମବାସୀ ଗାଁ ମଝି ରାସ୍ତାରେ ଧାନ ରୁଈ ପ୍ରତିବାଦ ଜଣାଇଛନ୍ତି। ଆଗକୁ ଯଦି ତାଙ୍କ ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଯଦି ମରାମତି କରାନଯାଏ, ତାହେଲେ ଆସନ୍ତା ମତଦାନ ସମୟରେ କୌଣସି ରାଜନେତା କି ସରକାରୀ ବାବୁଙ୍କୁ ଗାଁକୁ ପୁରେଇ ଦେବେନି ବୋଲି ଲୋକେ ପ୍ରତିକ୍ରିୟା ରଖିଛନ୍ତି। ଭୋଟ ବର୍ଜନ ସୁନିଶ୍ଚିତ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରନ୍ତି। ତାଙ୍କ ଗ୍ରାମରୁ ପଂଚାୟତ କାର୍ଯ୍ୟାଳୟ ମାତ୍ର ୨ କିଲୋମିଟର ଥିବା ବେଳେ, ବର୍ଷା ଋତୁରେ ପଂଚାୟତକୁ ଚାଉଳ କି ଭତ୍ତା ଆଣିବା ପାଇଁ ପ୍ରାୟ ୮ କିଲୋମିଟର ବୁଲି କି ଆସନ୍ତି। ଅଳ୍ପ ବର୍ଷା ହୋଇଗଲେ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଅସମ୍ଭବ ହୋଇପଡେ। ଏହାକୁ ଆଖିଆଗରେ ରଖି ପ୍ରଶାସନ ଧ୍ୟାନ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏସଂକ୍ରାନ୍ତରେ ସ୍ଥାନୀୟ ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦାରଖ କରି ବ୍ୟବସ୍ଥା କରିବେ ବୋଲି କହିଥିଲେ।