Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଖୋଜ ବ୍ୟକ୍ତିର ଶବ ଭାସୁଛି ଦାନ୍ତିରୀ ପୋଲରେ

ସମ୍ବଲପୁର(କଂସର):ନିଖୋଜ ବ୍ୟକ୍ତିର ଶବ ଭାସୁଛି ।ଆଜି ସକାଳୁ ଏଭଳି ଘଟଣାର ଚିତ୍ର ନଜରକୁ ଆସିଛି। ଗତ ୨ ଦିନ ହେଲା ଯୁଯୋମୁରା ବ୍ଲକ୍ ବିରସିଙ୍ଗଗଡ ପଞ୍ଚାୟତର ଚିଲାଦିକୁଦ୍ ଗ୍ରାମ ବୁର୍ଲାପଡାର ମନୋହର ସୁରିନ (୫୫) ନିଖୋଜ ରହିଥିଲେ । ଏ ନେଇ ପରିବାର ଲୋକେ ଯୁଯୋମୁରା ଥାନାରେ ଳିଖିତ ଭାବେ ଜଣାଇଥିଲେ। ଆଜି ସକାଳୁ କଂସର ପଞ୍ଚାୟତର ଦାନ୍ତରି ପୋଲରେ ଏକ ଶବ ଭାସୁଥିବା ନେଇ ଜଣା ପଡିବା ପରେ ସ୍ଥାନୀୟ ସରପଞ୍ଚ୍ ଦିବାକର ବେହେରା ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରି ପୋଲିସକୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟଯେ ଦାନ୍ତରୀ ପୋଲ ଦୀର୍ଘ୍ୟ ଦିନ ହେଲା ଅସୁରକ୍ଷିତ ଭାବେ ପଡିରହିଥିଲେ ମଧ୍ୟ ଏହାର ମରାମତି ପାଇଁ ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ। କଂସର ସରପଞ୍ଚ୍ ଦିବାକର ବେହେରା ଏ ସଂପର୍କରେ ଘଟଣା ଦୂର୍ଘଟଣାକୁ ଆଶଙ୍କା କରି ଏହାର ମରାମତି ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ଅବିଳମ୍ଭେ ଏହାର ମରାମତି ନହେଲେ ସେ ଆନ୍ଦୋଳନକୁ ଓଲ୍ଳାଇବେ ବୋଲି ଆଜି ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ,ମୃତ ମନୋହରଙ୍କ ଏକମାତ୍ର ପୁତ୍ର ମାନସିକ ବିକୃତ ଓ ସେ ମଧ୍ୟ ଗତ ୨ ବର୍ଷ ଧରି ନିଖୋଜ ଥିବା ଜଣାପଡିଛି।