Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଚ୍ଛତାର ନୂତନ ବାର୍ତ୍ତା: ଆହତ ଗାଈର ହେଲା ପ୍ଲାଷ୍ଟର

ସମ୍ବଲପୁର(ପଡିଆବାହାଲ): ଆହତ ଗାଈର ଭଙ୍ଗା ହାଡ ଯୋଡିବାକୁ ଆଜି ପ୍ଲାଷ୍ଟର ହୋଇଛି।ଜାତୀୟ ରାଜପଥ ପଡିଆବାହାଲ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଗତ ୧ ତାରିଖରେ ଏକ ଗୋରୁ ଦୂର୍ଘଟଣାର ଶିକାର ହୋଇ ଜାତୀୟ ରାଜପଥରେ ପଡି ରହିଥିଲା।ପ୍ରବଳରୁ ପ୍ରବଳ ବର୍ଷାରେ ମୂଖ୍ୟ ରାଜପଥରେ ପଡିଥିବା ଏହି ଗାଈ ଉପରେ ପ୍ରଥମ ନଜର ଦେଇଥିଲେ ଅଞ୍ଚଳର ଟେମ୍ପୋ ଚାଲକ ଶଙ୍କର ନାୟକ ଓ ରାସ୍ତା କଡରୁ ହଟାଇ ଅନ୍ୟତ୍ର ରଖିବାକୁ ଚେଷ୍ଟା କରି ବିଫଳ ହେବା ପରେ ବର୍ଷା ଦାଉରୁ ରକ୍ଷା କରିବାପାଇଁ ଏକ ଅସ୍ଥାୟୀ ଟେଣ୍ଟ ମଧ୍ୟ ତିଆରି କରିଥିଲେ।ଏଭଳି ଖବର ଅଞ୍ଚଳରେ ପ୍ରଚାରିତ ହେବାପରେ ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ ପୋଲିସକୁ ଜଣାଇ ଗାଈର ସୁରକ୍ଷା ପାଇଁ ତ୍ୱରୀତ ପଦକ୍ଷେପ ନିଆଯାଇଥିଲା। ଗାଈର ମାଲିକ ଚିହ୍ନଟ ହୋଇ ନପାରିବାରୁ ଏହାକୁ ସମ୍ବଲପୁର ପ୍ରାଣୀ ଧନ ବିଭାଗ ସହିତ ବିଭିନ୍ନ ଗୋଶାଳା ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ କୌଣସି ଠାରେ ଏହାର ରହିବା ପାଇଁ ସୁବିଧା ନହେବାରୁ ଶେଷରେ ଏନଏଚଆଇ ସହାୟତାରେ ଉକ୍ତ ଆହତ ଗାଈକୁ ସ୍ଥାନୀୟ ଆରଏମସିକୁ ସ୍ଥାନାନ୍ତର କରାଯାଇଥିଲା।ଆଜି ସରକାର ଯାହା କରି ପାରୁନାହାଁନ୍ତି ସେଥିରେ ସହଯୋଗ କଲେ ଗାଈର ପ୍ଲାଷ୍ଟର କରାଯିବ ବୋଲି ଯୁଯୋମୁରା ବିଭିଓ ଡା.ହିମାଂଶୁ ଶେଖର ସାହୁ ସୂଚନା ଦେବା ପରେ ଅଞ୍ଚଳର କେହିଜଣେ ସେଥିରେ ସହମତି ପ୍ରକାଶ କରିବା ପରେ ଗାଈର ପ୍ଲାଷ୍ଟର ହୋଇଛି। ଯୁଯୋମୁରା ବିଭିଏସ ଡା.ହିମାଂଶୁ ଶେଖର ସାହୁ,ଭିଏଏସ ଡା.ସ୍ୱାଗତ କୁମାର ପଣ୍ଡା,ଏଲ ଆଇ ମହେଶ ଦୀପ ବାହାମ,ତାପସ ରଞ୍ଜନ ଆଟି ଡଙ୍ଗରପଡା ଓ ମନୋଜ ପ୍ରଧାନ ବାରିବନ୍ଧ ସହଯୋଗ କରିଥିଲେ । ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ଓ ବିକାଶର ନୂଆ ଇତିହାସକୁ ସମ୍ମାନ ଦେଇ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଏଥିରେ ପୁର୍ଣ୍ଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ