Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଛତିଶଗଡ଼ରୁ ମାଡ଼ି ଆସିଲା ବନ୍ୟାପାଣି, ହୀରାକୁଦ ଖୋଲିଲା ଆଉ ୫ଟି ଗେଟ୍

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଶୁକ୍ରବାର ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ  ହେଉଛି। ବାମ ପାର୍ଶ୍ଵରେ ୭ଟି ଏବଂ ଡାହାଣ ପାର୍ଶ୍ଵରେ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୯୨ ହଜାର ୯୧୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ  ୧ ଲକ୍ଷ ୫୬ ହଜାର ୬୭୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ପୂର୍ବରୁ ୨ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିଲା। ଛତିଶଗଡରୁ ବନ୍ୟାପାଣି ମାଡି ଆସୁଥିବାରୁ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ହୀରାକୁଦର ଗେଟ ଖୋଲିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଆଜି ପୁଣି ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ପରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍‌ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତକାଲି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଗତକାଲି ସୂଚନା ଦେଇଥିଲେ ଯେ ତଳମୁଣ୍ଡରୁ ପାଣି ନ କମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲା ଯିବନି। ହୀରାକୁଦର ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦର ଜଳସ୍ତର ଏବେ ୬୧୦ ଫୁଟ୍ ରହିଛି ଏବଂ ରାଇଜିଂ ଟ୍ରେଣ୍ଡ ରହିଛି। କିନ୍ତୁ ଆଉ ହୀରାକୁଦ ଗେଟ୍ ଏବେ ନ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ତଳମୁଣ୍ଡରୁ ପାଣି ନ ଛାଡ଼ିବା ଯାଏ ହୀରାକୁଦରୁ ଅଧିକ ଗେଟ୍ ଖୋଲିବୁନି ବୋଲି କହିଥିଲେ। କିନ୍ତୁ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରୁ ବନ୍ୟାପାଣି ମାଡ଼ି ଆସିଛି। ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍ ଖୋଲାଯିବା ପୂର୍ବରୁ ତଳିଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଦିଆଯାଇଛି।

More Stories