Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ୟୁନିଟି ସେଣ୍ଟର କେବେ ଆସିବ ବ୍ୟବହାରରେ ?

ସମ୍ବଲପୁର:ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋବିନ୍ଦତୋଳା, ମାରୁତି ନଗର ହନୁମାନ ମନ୍ଦିର ପାଖରେ କିଛି ମାସ ପୂର୍ବେ ନିର୍ମିତ ହୋଇଛି ଗୋଟିଏ ବଖାରର କମ୍ୟୁନିଟି ସେଣ୍ଟର l ପଶ୍ଚିମ ଓଡିଶା ବିକାଶ ପରିଷଦର ଉନ୍ନୟନ ପାଣ୍ଠିରେ ନିର୍ମିତ ଏହି କମ୍ୟୁନିଟି ସେଣ୍ଟରର ବ୍ୟୟ ଅଟକଳ ହେଉଛି ପାଞ୍ଚ ଲକ୍ଷ ଟଙ୍କା ( 50,00,00 ଟଙ୍କା ) ଯାହାକି ମାନେଶ୍ଵର ବ୍ଲକ ର ତତ୍ୱାବଧାନରେ ନିର୍ମିତ ହୋଇଛି l ହେଲେ ଏହା କାହାର ଅନୁମୋଦନରେ ହୋଇଛି, କାହା ପାଇଁ ନିର୍ମିତ ହୋଇଛି, କେଉଁ ଠିକାଦାର ଦ୍ୱାରା ନିର୍ମିତ ହୋଇଛି ତାହା ଉଲ୍ଲେଖ ହୋଇନାହିଁ l
ଦୁର୍ଭାଗ୍ୟର ବିଷୟ ଏହି ନବନିର୍ମିତ କମ୍ୟୁନିଟି ସେଣ୍ଟରଟି ଗାଈ ଗୁହାଳ ଓ କୁକୁର ବସା ପାଲଟି ଯାଇଛି l କେବଳ ସେତିକି ନୁହେଁ ଅସାମାଜିକ ବ୍ୟକ୍ତି ଙ୍କର ଆଡ୍ଡାସ୍ଥଳୀ ମଧ୍ୟ୍ୟ ପାଲଟିଛି ଏହି ନବନିର୍ମିତ କମ୍ୟୁନିଟି ସେଣ୍ଟର l ଯଦି କୌଣସି ସଂସ୍ଥାକି ଅନୁଷ୍ଠାନର ବ୍ୟବହାର ପାଇଁ ଏହା ନିର୍ମାଣ ହୋଇଛି ତାହାହେଲେ ଏହା ହସ୍ତାନ୍ତର ନକରିବା କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି?ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ଯେ, ଯଦି ସମ୍ପୃକ୍ତ ଠିକାଦାର ନିର୍ମାଣ ଶେଷ କଲେ ,ତାକୁ ମାନେଶ୍ଵର ବ୍ଲକ କୁ ହସ୍ତାନ୍ତର କରିଛନ୍ତି କି? କୌଣସି ସଂସ୍ଥା ଯଦି ସମାଜ ର ଉନ୍ନୟନ ପାଇଁ ଅର୍ଥ ଦେଉଛି, ତାହା ସମାଜ ର କାର୍ଯ୍ୟ ରେ ଆସିବା କଥା l ତାହା ବଦଳରେ ଯଦି ଅସାମାଜିକ ତତ୍ୱ ଙ୍କର ଅଡ୍ଡା ରେ ପରିଣତ ହେଲା ତଥା ଲକ୍ଷ ଲକ୍ଷ ଟଙ୍କା ଅଦରକାରୀ ହୋଇ ପରିତ୍ୟକ୍ତ ଅବସ୍ଥା ରେ ପଡ଼ିରହିଲା ତାହେଲେ ସରକାରୀ ଯୋଜନା ର ଲକ୍ଷ୍ୟ ପୁରଣ ହେଲା କେଉଁଠି ବୋଲି ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l ଏସବୁ କୁ ଅନୁଧ୍ୟାନ କଲେ ଏହି ପ୍ରକଳ୍ପ ରେ ଦୁର୍ନୀତି ର ଗନ୍ଧ ମଧ୍ୟ୍ୟ ବାରି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ