Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡୁକାଠେଙ୍ଗା 5ଟି ଉଚ୍ଚ ବିଦ୍ୟାଳୟ ବିବାଦ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଗ୍ରାମବାସୀ।

କୋକସରା:୦୫/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦିର୍ଘ ବର୍ଷ ହେବ ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ଦାନ ଦେଇଥିବା ସ୍ଥାନ ରେ ସ୍କୁଲ ଗୃହ ନିର୍ମାଣ ହୋଇ ଚାଲି ଆସୁଥିବା ବେଳେ ବର୍ତ୍ତମାନ ଏହି ସ୍କୁଲ କୁ ରାଜ୍ୟ ସରକାର 5 ଟି ଯୋଜନା ରେ ସାମିଲ କରି ମୋ ସରକାର ଅଧୀନରେ ରୂପାନ୍ତରିତ କରିବାକୁ ଅନୁଦାନ ପ୍ରଦାନ କରିଥିବା ବେଳେ ସ୍କୁଲ ର ଜାଗା ବିବାଦ କୁ ନେଇ ସ୍କୁଲ ନିର୍ମାଣ ରେ ବାଧା ଉପୁଜିଥିବା କୁ ନେଇ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ସ୍କୁଲ ପାଇଁ ଜାଗା ଦାନ କରିଥିବା ଡୁଡୁକାଠେଙ୍ଗା ଗ୍ରାମର ଜୈନିକ ବ୍ୟକ୍ତି ନୂତନ ସ୍କୁଲ ନିର୍ମାଣ ପାଇଁ ୩ ଏକଡ଼ ଜାଗା ରେଜିଷ୍ଟ୍ରେସନ କରି ମ୍ୟୁଟେସନ କରିବା ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ନେଇଥିବା ବେଳେ ମ୍ୟୁଟେସନ ନକରି ବର୍ତ୍ତମାନ ସ୍କୁଲ।ନିର୍ମାଣ ପାଇଁ ଜାଗା ଦେବାପାଇଁ ମନା କରିବାରୁ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀ ମାନଙ୍କ ପ୍ରଚେଷ୍ଟା ବଳରେ ନିକଟସ୍ଥ ଦଲ୍ଲୀପଡା ଛକ ନିକଟରେ ସ୍ଥାନୀୟ ଗ୍ରାମର ଦୁଇଜଣ ବୃଦ୍ଧା ମହିଳା ବେଳମତି ମାଝୀ ଓ।ପୂର୍ଣ୍ଣ ମୁଲକିଆ ନିଜ ର ୨୫ ଓ ୪୪ ଡେଶମିଳ ଜାଗା ଦାନ କରିବାକୁ ନିଜସ୍ୱ ଇଚ୍ଛା ପ୍ରକାଶ କରିଥିଲେ ଓ ଗତ ମାସ ୨୪/୦୭ ତାରିଖରେ ଉକ୍ତ ସ୍ଥାନରେ ନୂତନ ସ୍କୁଲ ନିର୍ମାଣ ପାଇଁ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ବିଡ଼ିଓ।ଉତ୍ତମ ବାଗ, ତହସିଲଦାର ଦେବବ୍ରତ କରାଟି,ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଙ୍କ ଉପସ୍ଥିତି ରେ ନୂତନ ସ୍କୁଲ ପାଇଁ ଭୂମିପୂଜନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ତେବେ ଗତ ଦିନ କଳାହାଣ୍ଡି ଜିଲ୍ଲାପାଳ ଗତ ଶୁକ୍ରବାର କୋକସରା ବ୍ବ୍ଲକ ଗସ୍ତରେ ଆସିଥିବା ବେଳେ ସ୍କୁଲ ପରିଦର୍ଶନ କରି 5ଟି ସ୍କୁଲ ନିର୍ମାଣ ପାଇଁ ପୂର୍ବରୁ ଥିବା ସ୍ଥାନରେ ନିର୍ମାଣ କରିବାକୁ କହିଥିଲେ ହେଲେ ସ୍କୁଲ ର ଜାଗା ବିବାଦ ପାଇଁ ଗ୍ରାମବାସୀ ମାନେ ନୂତନ ସ୍ଥାନ ରେ ସ୍କୁଲ ନିର୍ମାଣ କରିବାକୁ ଶନିବାର କୋକସରା ବ୍ଲକ ତହସିଲଦାର ଙ୍କ ନିକଟରେ ଆସି ଦାବି କରିଥିଲେ। ପରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ଉଦ୍ୟମ ରେ କୋକସରା ବ୍ଲକ ସଭାଗୃହ ରେ ଏକ ବୈଠକ ଆୟୋଜନ କରି କୋକସରା ବିଡ଼ିଓ ଉତ୍ତମ ବାଗ, ତହସିଲଦାର ଦେବବ୍ରତ କରାଟି, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଆଲୋଚନା ପରେ ନୂତନ ନିର୍ଦ୍ଧାରିତ ସ୍ଥାନ ରେ ନୂତନ ସ୍କୁଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ