ମେଷ – ପତିପତ୍ନୀଙ୍କ ମଧ୍ୟ ରେ କଳହର ଯୋଗ ରହିଛି । ଅଯଥା କଳହରେ ସମୟ ନଷ୍ଟ କରନ୍ତୁ ନାହିଁ । ବ୍ୟବସାୟରେ ଲାଭ ଯୋଗ ରହିଛି । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ଯାନବାହାନ କ୍ରୟ କରି ପାରନ୍ତି ।
ବୃଷ – ଭ୍ରମଣର ଯୋଗ ରହିଛି । ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ ।
ମିଥୁନ – ମନ ପ୍ରସନ୍ନ ରହିବା ସହିତ ପରିବାରରେ ଖୁସି ର ଅବସର ଲାଗି ରହିବ । ସ୍ବାସ୍ଥ୍ୟର ଯଥେଷ୍ଟ ଧ୍ୟାନ ନେବେ । ବ୍ୟବସାୟରେ ଲାଭର ଯୋଗ ଅଛି ।
କର୍କଟ – ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନମାଳିନ୍ୟ ଦେଖା ଦେବ । ପୈତୃକ ସମ୍ପତି ରୁ ଧନ ପ୍ରାପ୍ତି ର ଯୋଗ ରହିଛି । ଚାକିରିରେ ମନ ଅଶାନ୍ତ ରହିବ । ବ୍ୟବସାୟରେ କିଛି ନୂତନ ନିର୍ଣ୍ଣୟ ନେବେ ।
ସିଂହ- ମନ ଅଶାନ୍ତ ରହିବ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟାବସ୍ଥା ରେ ସମସ୍ୟା ଦେଖା ଦେବ । ବନ୍ଧୁ ଙ୍କ ସହଯୋଗ ମିଳିବ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି ।
କନ୍ୟା – ଉନ୍ନତି ର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ପରିବାରରେ ପିତାଙ୍କ ଶାରୀରିକ ସମସ୍ୟା ଦେଖା ଦେଇ ପାରେ । ମନ ସର୍ବଦା ଚଞ୍ଚଳ ରହିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ ।
ତୁଳା – ପରିବାରର ସଂପୂର୍ଣ୍ଣ ସହଯୋଗ ମିଳିବ। ବ୍ୟବସାୟରେ ବୃଦ୍ଧି ହେବ। ଖର୍ଚ୍ଚ ସାମାନ୍ୟ ଅଧିକ ହେବ । ଅଯଥା ବିବାଦ ରେ ପଡନ୍ତୁ ନାହିଁ । ପରିବାରର ସ୍ଵାସ୍ଥ୍ୟ ଅବସ୍ଥାର ଧ୍ୟାନ ରଖନ୍ତୁ।
ବିଛା – ପାରିବାରିକ ଜୀବନ ସୁଖ ମୟ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିଶ୍ରମ ସାମାନ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।
ଧନୁ – ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ବ୍ୟବସାୟରେ କିଛି ନୂତନ ନିର୍ଣ୍ଣୟ ନେବେ । ଗୃହରେ ସାମାନ୍ୟ ବିବାଦ ଉପୁଜିପାରେ। ବ୍ୟବସାୟରେ ପରିଶ୍ରମ ସାମାନ୍ୟ ଅଧିକ ରହିବ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ ।
ମକର- ବନ୍ଧୁଙ୍କ ସହ ଯୋଗରେ ନୂତନ ଚାକିରିର ଯୋଗ ରହିଛି । ଅର୍ଥ ନିବେଶ ପାଇଁ ଦିନଟି ଅତି ଉତ୍ତମ ରହିବ । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଗୃହକୁ ବନ୍ଧୁ ଙ୍କ ଆଗମନ ହେବ । ବ୍ୟସ୍ତତା ଭିତରେ କୌଣସି ନିଷ୍ପତି ନିଅନ୍ତୁ ନାହିଁ ।
କୁମ୍ଭ – କିଛି ନୂଆ କାର୍ଯ୍ୟ ଆଜି ଆପଣ ଆରମ୍ଭ କରିବେ । ପ୍ରଭାବଶାଳୀ ହେବେ । ଚାକିରୀରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ । ପରିଶ୍ରମ ସାମାନ୍ୟ ଅଧିକ ରହିବ।
ମୀନ – ଆୟରେ ବୃଦ୍ଧି ଘଟିବ। ପରିବାକୁ ଛାଡ଼ି ବାହାର ସ୍ଥାନ କୁ ଯିବାକୁ ପଡି ପାରେ । ଚାକିରିରେ ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିବ । ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି ।
ଭ୍ରମଣର ଯୋଗ ରହିଛି, ବନ୍ଧୁଙ୍କ ସାହାଯ୍ୟ ପାଇବେ, ରବିବାର ଏମିତି କଟିବ ଆପଣଙ୍କ ଦିନ
