ଉପାଧ୍ୟକ୍ଷ ଙ୍କ ପ୍ରୟାସ ରେ ମୋ ସ୍କୁଲ ଅଭିଯାନ,ମୁକ୍ତ ହସ୍ତରେ ଆର୍ଥିକ ସହଯୋଗ ଅଭିଯାନ ଆରମ୍ଭ

କୋକସରା୦୬/୦୮ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମହିମା ଗ୍ରାପ ଉଚ୍ଚ ବିଦ୍ୟାଳୟ 5ଟି ଯୋଜନାରେ ସାମିଲ ହୋଇଥିବା ବେଳେ ସ୍କୁଲ ନିର୍ମାଣ ରେ ପୂର୍ବରୁ ଜମି ବିବାଦ କାରଣରୁ ନୂତନ ସ୍କୁଲ କ୍ୟାମ୍ପସ ନିର୍ମାଣ ପାଇଁ ଅନ୍ୟ ସ୍ଥାନରେ ସ୍କୁଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଜମି ଦାନ କରିବା ପରେ ସ୍କୁଲ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପ୍ରତିବନ୍ଧକ ହେଉଥିବା କାରଣରୁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ନେତୃତ୍ୱରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସ୍କୁଲ ଶିକ୍ଷକ, କର୍ମଚାରୀ ଓ ଗ୍ରାମବାସୀ ମାନେ ଆରମ୍ଭ କରିଛନ୍ତି ମୋ ସ୍କୁଲ ଅଭିଯାନ, ଲକ୍ଷ୍ୟ ରହିଛି ସ୍କୁଲ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ସଂଗ୍ରହ କରିବା,ସ୍କୁଲ ର ପୁର୍ବତନ ଛାତ୍ରଛାତ୍ରୀ, ଆଲୁମିନା,ବଦାନ୍ୟ ବ୍ୟକ୍ତି, ଉଦ୍ୟମି ଗ୍ରାମବାସୀ ମାନେ ସହଯୋଗ ରହାତ ବଢ଼ାଇଛନ୍ତି।ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ର ଦଲ୍ଲୀପଡା ରୁ ମୁକ୍ତ ହସ୍ତରେ ଅର୍ଥଦାନ ଅଭିଯାନ ଆରମ୍ଭ ହୋଇଥିବା ବେଳେ ସମସ୍ତ ବର୍ଗର ଲୋକମାନେ ସ୍କୁଲ ନିର୍ମାଣ ପାଇଁ ଆଗକୁ ଆସି ନିଜ ସାଧ୍ୟ ମୁତାବକ ଦାନ କରୁଛନ୍ତି। ପ୍ରଥମ ଦିନ ରେ ୮୦ ହଜାରରୁ ଉର୍ଦ୍ଧ ଆର୍ଥିକ ସହାୟତା ସ୍କୁଲ ନିର୍ମାଣ ପାଇଁ ସଂଗ୍ରହ ହୋଇଥିବା ବେଳେ ୧୦ ଲକ୍ଷ ଅର୍ଥରାଶି ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି।