Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ କୋଟି ବ୍ୟାଙ୍କ ଠକେଇ ମାମଲା, ଆଉ ଦୁଇ ଜଣକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ଵର: ବ୍ୟାଙ୍କ ଲୋନ ଜାଲିଆତି କରି ୮ କୋଟି ଠକେଇ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲ୍ୟୁ)। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ ନାଁରେ ୮ କୋଟି ଟଙ୍କା ଠକେଇ କରିଥିଲେ। ଦୁଇ ଗିରଫ ଅଭିଯୁକ୍ତ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା। ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କ ୮ କୋଟି ଟଙ୍କା ଋଣ ଦେଇଥିଲା। ଏନେଇ ଫୁଲବାଣୀ ଏସବିଆଇ ଶାଖାର ରିଜିଓନାଲ ମ୍ୟାନେଜର ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ ମାମଲାର ତଦନ୍ତ କରାଯାଇ ଉଭୟଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ  କଟକରୁ ଗିରଫ କରିଥିଲା ଇଓଡବ୍ଲୁ। ଗତକାଲି ଗିରଫ ହୋଇଥିବା ଆଶୁତୋଷ ଆଚାର୍ଯ୍ୟଙ୍କୁ ଆଜି ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା ରୁଜୁ କରାଯାଇଛି। ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ବିଶେଷ କରି ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ତଦନ୍ତରୁ ଜଣା ପଡ଼ିଛି। ଏଥିରୁ ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା ଦରମାପ୍ରାପ୍ତ କର୍ମଚାରୀ ଏବଂ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କା ପେସନସଭୋଗୀ କର୍ମଚାରୀଙ୍କୁ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ