Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାଳ ପାଣିରେ ବୁଡି ଯୁବକ ମୃତ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ଶିବ ମନ୍ଦିର ପାଖ ନାଳ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବିଜାଗୁଡା ଗାଁର ଧରମ ସିଂ ମାଝୀ ଙ୍କ ପୁଅ ବିକାଶ ସିଂ (୨୦)। ସୂଚନା ଅନୁଯାୟୀ, ବିକାଶ ଆଜି ସକାଳ ପ୍ରାୟ ୮ଟା ରେ ଗାଧୋଇବାକୁ ଯାଇଥିଵା ବେଳେ ନାଳ ପାଣିରେ ଗୋଡ଼ ଖସି ଯିବାରୁ ମୁଣ୍ତ ପଛ ପାଖ ଏକ ପଥରରେ ବାଡ଼େଇ ପାଣିରେ ବୁଡ଼ି ହୋଇ ଘଟଣା ସ୍ଥଳରେ ହିଁ ବିକାଶର ମୃତ୍ୟୁ ଘଟିଥିଲା। ବାପା ଧରମ ଚାରି ଆଡ଼େ ବହୁତ ଖୋଜା ଖୋଜି ପରେ ବି ପୁଅକୁ ପାଇ ନ ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବାପା ସେହି ନାଳକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କ ଗୋଡ଼ ପାଣି ଭିତରେ ବୁଡ଼ି ଯାଇଥିବା ମୃତ ପୁଅ ଦେହରେ ବାଜିଥିଲା। ତାକୁ ନାଳ ପାଣି ଭିତରୁ କାଢି ଆଣି ଉପରକୁ ଆଣିଥିଲେ। ଏନେଇ କୁଚିଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।