ଏହି ରାଶି ପାଇଁ ସୋମବାର ଦିନଟି ଭଲ ରହିଛି, ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ


ମେଷ – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ବ୍ୟବସାୟରେ ଭଲ ଫଳାଫଳ ଆସିବ। କୌଣସି ମାଧ୍ୟମରେ ଟଙ୍କା ମଧ୍ୟ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ।

ବୃଷ – ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନ ଟି ବିଶେଷ ଭଲ ରହିବ । ବନ୍ଧନ ଯୋଗ ରହିଛି ।

ମିଥୁନ – ଧନ ପ୍ରାପ୍ତିର ଯୋଗ ରହିଛି । ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ । ମାତାପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ର ଛାତ୍ରୀ ମାନେ ପଢାରେ ଭଲ କରିବେ।

କର୍କଟ – ପରିଶ୍ରମ ଅଧିକ ରହିବ । ତେଣୁ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣର ଯୋଗ ରହିଛି । ବାହାର ସ୍ଥାନରୁ ସମ୍ମାନ ମିଳିପାରେ।

ସିଂହ – ଦୁଃସାହସ କରି ଅସୁବିଧାରେ ପଡ଼ିବେ। ନୂତନ ନିବେଶରେ ଅର୍ଥ କ୍ଷତି ହୋଇପାରେ । ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ ।

କନ୍ୟା – ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଦିନଟି ବ୍ୟସ୍ତ ବହୁଳରେ କଟିବ। ପରିବାରରେ ଛୋଟ ମୋଟ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ପାଠପଢାରେ ମନୋନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

ତୁଳା – ଆପଣଙ୍କ ଜୀବନରେ କେହି ନୂଆ ଆସିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀ ମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ । ପ୍ରୀତି ଲାଭ କରି ଖୁସି ଅନୁଭବ କରିବେ ।

ବିଛା – ମନ ଉତ୍ସାହିତ ରହିବ ଏବଂ ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଭ୍ରମଣ ଯୋଗ ରହିଛି ଓ ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।

ଧନୁ – ପରିଶ୍ରମ ଅଧିକ ହେବ। ଗୃହରେ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ହେବ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ ।

ମକର – କାର୍ଯ୍ୟରେ ବାଧା ଉପୁଜିବ। ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ | ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।

କୁମ୍ଭ – ଆଜି ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମୀନ – ଲୋଭରେ ପଡ଼ି କ୍ଷତିଗ୍ରସ୍ତ ହେବେ। କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅଯଥା ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ ।