କୁଚିଣ୍ଡା,ଦେବଗଡ଼ ଓ ଝାରସୁଗୁଡ଼ାର ବରିଷ୍ଟ ନାଗରିକ ଗଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ

ରବିବାର ଦିନ ସମ୍ବଲପୁର ସ୍ଥିତ ସର୍କିଟ ହାଉସ ଠାରେ କୁଚିଣ୍ଡା ର ଏ ଏସ ସି ଏସ ର ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ନେତୃତ୍ୱରେ ଦେବଗଡ଼,କୁଚିଣ୍ଡା ଓ ଝାରସୁଗୁଡ଼ା ଜିଲ୍ଲା ର କୋଲବିରା ଅଞ୍ଚଳ ର ବରିଷ୍ଟ ନାଗରିକ ଗଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି ଝାରସୁଗୁଡ଼ା ରୁ କୋଳବୀରା,କୁଚିଣ୍ଡା ଦେଇ ଦେବଗଡ଼କୁ ଟ୍ରେନ ର ସୁବିଧା କରିବା ପାଇଁ ଉଦ୍ୟମ କରିଥିବାରୁ ଫୁଲ ତୋଡା ଓ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧନା ଦେବା ସହ କୃତଜ୍ଞତା ଜଣାଇଥିଲେ ।ଏଥି ସହ ପୂର୍ବରୁ ପରିଷଦ ପକ୍ଷରୁ ଦାବି କରି ଆସୁଥିବା କୁଚିଣ୍ଡା ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ନାୟକ ଦାବି ଦୋହରିଥିଲେ । ମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ଦଳ ରେ ଦେବଗଡ଼ ର ପୂର୍ବତନ ନଗରପାଳ ସୁଶୀଲ କୁମାର କପରଦାର,ନାଟ୍ୟକାର ମାର୍କଣ୍ଡେୟ ଶତପଥୀ,ସୁଧୀର କୁମାର କପରଦାର,ସୁକାନ୍ତ ସାହୁ,ରଶ୍ମି କାନ୍ତ ସାମଲ,ସୁଶୀଲ କର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ସାମିଲ ଥିଲେ ।