Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶଥପ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ହାଇକୋର୍ଟ ପରିସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ ତାଳପତ୍ରଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଭାବେ ୨୦୨୨ ଜୁନ ୧୦,ରୁ କରୁଛନ୍ତି। ଜଷ୍ଟିସ ତାଳପତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିବା ଏସ ମୂରଲୀଧରଙ୍କ ସ୍ଥାନ ନେଇଛନ୍ତି।

ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।

୨୦୧୧ ମସିହାରେ ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ମସିହାରେ ଗୁଆହାଟି ହାଇକୋର୍ଟରେ ସେ ସ୍ଥାୟୀ ବଚାରପତି ଭାବେ ନିଯୁକ୍ତ ହୋଇ ପରବର୍ତ୍ତୀ ସମୟରେ ୨ ଦୁଇ ଥର ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ସମ୍ଭାଳିଥିଲେ।

୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରା ରାଜ୍ୟର ଉଦୟପୁରଠାରେ ଜଷ୍ଟିସ ତାଳପତ୍ର ଜନ୍ମଗ୍ରହଣ କରିଥିଲେ। କାଲକାଟାରୁ ବାରଆକ୍ଟ ଲ ଡିଗ୍ରୀ ହାସଲ କରିବା ପରେ ସେ ୧୯୯୦ ମସିହାରେ ଓକିଲାତି ପେଶାରେ ଯୋଗ ଦେଇଥିଲେ। ଉତ୍ତରପୂର୍ବ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ, ତ୍ରିପୁରା , ମେଘାଳୟ, ମଣିପୁର ଏବଂ ମିଜୋରାମ ଆଦି ରାଜ୍ୟରେ ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ଖୁବ ପରିଚିତ ଥିଲେ । ୨୦୦୪ ମସିହାରେ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ