Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁଧବାର ମହାପ୍ରଭୁଙ୍କ ବନକଲାଗି, ଏତିକି ସମୟ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ଶେଷ ପରେ ବନକଲାଗି କରାଯିବ। ବୁଧବାର ଦିନ ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କରେ ବନକଲାଗି ନୀତି କରାଯିବ। ଏଥିପାଇଁ ୫ ଘଣ୍ଟା ସାଧାରଣଦର୍ଶନ ବନ୍ଦ ରହିବ । ଏନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀ ମନ୍ଦିର ପ୍ରଶାସନ ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ଏହି ନୀତି । ଆପାତତଃ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନାଯୋଗ୍ୟ, ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ଏକ ମାସରୁ ଉର୍ଦ୍ଧ୍ଵ ସମୟ ହେବ ହୋଇପାରିନଥିଲା। ଏପରିକି ଜୁଲାଇ ୨୭ ତାରିଖ ଅର୍ଥାତ ଗୁରୁବାର ଦିନ ବନକଲାଗି ନୀତି ନ କଲେ ଦତ୍ତମହାପାତ୍ର ନିଯୋଗଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ତେବେ ଗତ ଶୁକ୍ରବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିବାଦର ସମାଧାନ କରାଯାଇ ଚଳିତ ସପ୍ତାହ ବୁଧବାର ମହାପ୍ରଭୁଙ୍କ ବନକଲାଗି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

More Stories