ଏହି ରାଶିର ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ, ଏମିତି କଟିବ ଆଜି ଦିନ


ମେଷ – କର୍ମକ୍ଷେତ୍ରରେ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ସାମାଜିକ କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଆଗ୍ରହୀ ହେବେ । ପରିବାରରେ ଖୁସି ବଜାୟ ରହିବ।

ବୃଷ – ଅତିଥିଙ୍କ ଆଗମନ ହେତୁ ତୁମର ଟଙ୍କା ଖର୍ଚ୍ଚ ହୋଇପାରେ । ଆପଣ କିଛି ପାରମ୍ପାରିକ କାର୍ଯ୍ୟରେ ଜଡିତ ହେବାର ସୁଯୋଗ ପାଇବେ । ପ୍ରିୟଜନଙ୍କ ସମର୍ଥନ ମିଳିବ । ଆପଣ ନିଜ ପିଲାମାନଙ୍କୁ ପଢା ପ୍ରତି ଉତ୍ସାହିତ କରିବେ।

ମିଥୁନ – ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ହେବ । ଆଜି ଆଜି ମାଙ୍କ ଠାରୁ ଆର୍ଥିକ ଲାଭ ମିଳିବ । ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ବିଦ୍ୟାର୍ଥୀ ପଠାପଢି ଅମନଯୋଗୀ ହେବେ।

କର୍କଟ – ମନ ଉଦବେଗ ପୂର୍ଣ୍ଣ ରହିବ । ବ୍ୟବସାୟ ଲାଭଦାୟକ ହେବ । ଆଜି କାହାକୁ ଟଙ୍କା ଦେଲା ବେଳେ ସତର୍କ ରହିବା ଆବଶ୍ୟକ ।

ସିଂହ – ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଲାଭ ମିଳିବ । ମନ ସାମାନ୍ୟ ଚିନ୍ତିତ ରହି ପାରେ । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।

କନ୍ୟା – ଚାକିରିରେ କାର୍ଯ୍ୟ ଭାର ବଢି ପାରେ । ଅଧିକାରୀଙ୍କ ସହଯୋଗ ପାଇବେ । ଅତ୍ୟଧିକ ଉତ୍ସାହରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ ।

ତୁଳା – ଭାଗବତ ସେବାରେ ମନୋନିବେଶ କରିବେ । ପାରିବାରିକ ଜୀବନ ଖୁସି ହେବ । ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ପାଠପଢା ପ୍ରତି ଆଗ୍ରହୀ ହେବେ।

ବିଛା – ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଜି ଆପଣଙ୍କୁ ଆଶା ଅନୁସାରେ ଲାଭ ମିଳିବ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ ।

ଧନୁ – ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ। ବ୍ୟବସାୟରେ ଲାଭ ମିଳିବ। ବନ୍ଧୁଙ୍କ ସମର୍ଥନ ମଧ୍ୟ ପାଇପାରିବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ମକର – ମନରେ ଶତ୍ରୁ ମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ବ୍ୟବସାୟରେ ଲାଭ ଯୋଗ ରହିଛି ଏବଂ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

କୁମ୍ଭ – ବହୁତ ଆତ୍ମବିଶ୍ୱାସ ରହିବ, କିନ୍ତୁ ମନରେ ଉତ୍ଥାନ-ପତନ ହେବ । ଆପଣଙ୍କୁ ଚାକିରିର ଅନ୍ୟ ଏକ ସ୍ଥାନକୁ ଯିବାକୁ ପଡିପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ ।

ମୀନ – ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ଅଗ୍ରଗତି ପାଇଁ ସୁଯୋଗ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.