Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧୋଇ ହୋଇଗଲା ଗର୍ବର କରିସ୍ମା

ସମ୍ବଲପୁର(ମେଘପାଳ):ମିଳି ଭଗତେରେ ଯାହା ଘଟେ ତାହା ଘଟୁଛୁ। ଗଣ ମାଧ୍ୟମର ଆଖିକୁ ତାଡି ନିଜର କରିସ୍ମା ଦେଖାଇ କାମତ କରିଛି ବିଲ କାହିଁକି ହେବନି ବୋଲି ସତେ ଯେମିତି ଦୋକାନ ଖୋଲି ବ୍ୟବସାୟ କରୁଥିବା ଭଳି ଏକ ଦକ୍ଷତା ବିହୀନ ନିଦର୍ଶନ ଦେଖାଇବାରେ ସମର୍ଥ ହୋଇଛନ୍ତି ଯୁଯୋମୁରା ବ୍ଲକ୍ ବୈଷୟିକ ବିଶେଷଜ୍ଞ ମାନେ । ଦସ୍ତଖତ ମାରି ଲୁଟି ନେଲେ ଟଙ୍କା । କିନ୍ତୁ କାମ ଦେଖିବା ବେଳକୁ ଯାହା ଗଣ ମାଧ୍ୟମ ଚେତାଇ ଦେଉଥିଲା ସେଥିରେ ଖାତିର ନଥିଲା କୌଣସି ଦାୟିତ୍ୱବାନ ନେତା ଜନତା ଅବା ପ୍ରଶାସନର । ଏଭଲକି ଏକ ସ୍ୱଷ୍ଟ ଉଦାହରଣ ହେଉଛି ମେଘପାଳ ପଞ୍ଚାୟତର ହରିଜନ ପଡାର ଏହି ପ୍ରତିଛବି।ଆରମ୍ଭରୁ ଗଣମାଧ୍ୟମରେ ପ୍ରକାଶ ପୁର୍ବରୁ ସ୍ଥାନୀୟ ସରପଞ୍ଚ୍, ଇଓ,ବିଡିଓଙ୍କୁ ଜଣାଇ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଯାଇ ବଡ ବର୍ଷା ହେଲେ ଧୋଇ ହୋଇଯିବ ଏହା ଚେତାଇ ଦିଆଯାଇଥିଲା।ଏହାବିବି ସେତେବେଳେ କୁହାଯାଇଥିଲା ଏହା ବ୍ୟକ୍ତିଗତ ସ୍ୱାର୍ଥ ଯୋଜନାର ଏକ ପ୍ରତିଛବି ।ଏଥିରେ ପ୍ରଶାସନିକ ଅବା ରାଜନୈତିକ ଅଭିସନ୍ଧି ରଖାନଯାଉ ଅବା ଯୋଗାଣ ସହାୟକ ଓ ପୁର୍ବତନ ସରପଞ୍ଚ୍ ଙ୍କୁ କୌଣସି ଦୟା ଦେଖାନଯାଉ । କିନ୍ତୁ ଏଭଳି ବାସ୍ତବିକ ବିଷୟକୁ ସେହି ସମୟର ଯନ୍ତ୍ରୀ ଚିରଞ୍ଜିବି ନାଥ ଏଡାଇ ଦେଇ କାମ କରିଛିତ ବିଲ କାହିଁକି ହେବନି କହି ବହୁ ପୁରୁଣା କାମର ବିଲ କରାଇ ନିଜର କେବଳ କରିତକର୍ମା ଦେଖାଇ ନଥିଲେ ବରଂ ମୋଟା ଅଙ୍କର ଲାଞ୍ଚ ଖାଇ ଏହି ଗଣମାଧ୍ୟମ ପ୍ରତିନିଧି ଉପରେ ଦୋଷାରପ କରିବାକୁ ଅପଚେଷ୍ଟା କରିଥିଲେ । ହେଲେ ଏହି ପ୍ରତିଛବି ଗଣମାଧ୍ୟମର ଆକଳନକୁ ସତ ପ୍ରମାଣିତ କଲା ।ଧରା ପକାଇଦେଲା ଚୋର ମୁହଁ ଟାଣ ଓ ବିକାଶ ନାମରେ ସ୍ୱଚ୍ଛତା କେତେ ଉଜ୍ଜଳ ? ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେଉଁ ଯନ୍ତ୍ରୀଙ୍କୁ ବିଲ କରିବା ଆଗରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇ ଗଣମାଧ୍ୟମ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ ଚେତାଇଲା ତାର ମୂଲ୍ୟ ଦେଇ ପାରିବତ ୫ଟି ଓ ସ୍ୱଚ୍ଛତା ନାମରେ କାମ କରୁଥିବା ଏ ସରକାର ଅବା ତାଙ୍କ କର୍ମଚାରୀ? ନାଁ ଯେଉଁ ମିଳି ଭଗତେର କରିସ୍ମା ଦେଖଉଛନ୍ତି ତାହା ନୂଆଁ ଅସ୍ମିତାର ରୂପ ନେବ ! ତାହାହିଁ ଆଜିର ନୂଆଁ ସ୍ଲୋଗାନ ହେବ ନାଁ ପିଠା ଭଳି ନବୀନ ଓଡିଶା ଭଳି ଆଶାର କିରଣ ବାଲୁତ କରିବାକୁ ଅପଚେଷ୍ଟା ହେବ ? ଏହାର ଉତ୍ତର ଦେବ କିଏ ? କିଏ ହେବ ଏଥିପାଇଁ ଦାୟୀ ! ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ରଖିପାରିବେତ ଏହି କାମର ସମ୍ମାନ ? ନାଁ ଏହାର ଭରଣା ଆଣିବାକୁ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ପଞ୍ଚାୟତ ଶାସନରେ ନିଜର ସ୍ୱଚ୍ଛତା ଆଣିପାରିବେ,ଏହାକୁ ନେଇ ଉଠିଛି ବର୍ତ୍ତମାନ ବଡ ପ୍ରଶ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ