Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହାଉସିଂ ବୋର୍ଡ କଲୋନୀ ରେ ବୃଦ୍ଧିପାଉଛି ଅସାମାଜିକ କାର୍ଯ୍ୟକଳାପ

ସମ୍ବଲପୁର:ହାଉସିଂ ବୋର୍ଡ କଲୋନୀରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ଅହେତୁକ ଭାବରେ ବୃଦ୍ଧି ପାଉଥିବାରୁ, ସ୍ଥାନୀୟ ବାସିନ୍ଦାଙ୍କ ମନରେ ଏକ କୋକୁଆଭୟ ସୃଷ୍ଟି ହେଉଛି। ଏଇ ଗତ ଦୁଇ ଦିନ ପୂର୍ବରୁ, ଏହି ହାଉସିଂ ବୋର୍ଡ କଲୋନୀରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପାଚେରୀର ଗ୍ରିଲ କିଏ ତାଡି ଦେଇଥିବା ଅଭିଯୋଗ ହେଇଛି।ଉକ୍ତ ବିଦ୍ୟାଳୟ ପକ୍ଷରୁ ଏକ ଅଭିଯୋଗ ସ୍ଥାନୀୟ ଟାଉନ ଥାନା ଓ ହାଉସିଂ ବୋର୍ଡ କଲୋନୀ ରେ ଥିବା ପ୍ରୋଟେକ୍ସନ ଫୋର ହ୍ୟୁମାନରାଇଟ୍ସ ଅଫ ଇଣ୍ଡିଆରେ ଦିଆଯାଇଅଛି।ସ୍ଥାନୀୟ ପୋଲିସ ପ୍ରଶାସନର ଏସ ଆଇ ଗଙ୍ଗାଧର ପ୍ରଧାନ ଏହାର ତଦନ୍ତ କରୁଛନ୍ତି।ସନ୍ଧ୍ୟା ଗଡିଗଲେ ଉକ୍ତ ଅଞ୍ଚଳରେ ଅସାମାଜିକ ଙ୍କ ଆଡ୍ଡା ଜମିବା ସହିତ, ମଦ, ଗଂଜେଇ, ଅଫିମ ଭଳି ମାଦକ ଦ୍ରବ୍ୟ ସେବନ କରି ଅସାମାଜିକ ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରୁଥିବା ସାଧାରଣରେ ଅଭିଯୋଗ ହେଉଛି।ଏହି ଅଞ୍ଚଳରେ, ଅତିରିକ୍ତ ଜିଲ୍ଲା ପାଳ, ତହସିଲଦାର, ଆସିଷ୍ଟାଣ୍ଟ ତହସିଲଦାର ଙ୍କ ସମେତ, ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ବସବାସ କରି ରହି ଆସୁଛନ୍ତି।ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମନରେ ପ୍ରଶ୍ନ ଉଠୁଛି, ପ୍ରଶାସନିକ ଅଧିକାରୀ ଗଣ ବାସ କରିବା ସତ୍ୱେ ଏହି ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଇବା ଵାସ୍ତବରେ, ସାଧାରଣ ଲୋକଙ୍କ ଧନଜୀବନ କେତେଯେ ସୁରକ୍ଷିତ ତାହା ବିଚାର ସାପେକ୍ଷ।ଏଣୁ ସ୍ଥାନୀୟ ପ୍ରଶାସନ, ଏହି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ କୁ ଦୃଷ୍ଟିରେ ରଖି, ରାତ୍ର ପେଟ୍ରୋଲିଙ୍ଗ କୁ କଡା କଡ଼ି କରିବାକୁ ସାଧାରଣରେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ