Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପରିଷଦ ସଭାନେତ୍ରୀଙ୍କର ଜରା ନିବାସରେ ଜନ୍ମଦିନ ପାଳନ

ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପାଖା ପାଖି ୧୦୦ କିମି ଦୂର ବାମରା ଭଳି ଗୋଟିଏ ଉପାନ୍ତ ଅଞ୍ଚଳରୁ ଆସି ଦ୍ବିତୀୟ ଥର ଜିଲ୍ଲା ପରିଷଦ ହୋଇଥିବା କୁମୁଦିନୀ ନାୟକ ସମ୍ବଲପୁର ରାଜନୀତିରେ ଜଣେ ମହିଳା ନେତ୍ରୀ ଭାବେ ଦଳରେ ଭଲ ପ୍ରଭାବ ଯାହିର୍ କରିପାରିଛନ୍ତି । ସେ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ସହରରେ ମଧ୍ୟ ନିଜକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଛନ୍ତି । ଆଜି ତାଙ୍କର ଜନ୍ମ ଦିବସ ଅବସରରେ ସେ ପ୍ରଥମେ ସମଲେଶ୍ଵରୀ ମନ୍ଦିର ଓ ପାଟଣେଶ୍ବରୀ ମନ୍ଦିର ଯାଇ ମାଁଙ୍କ ଦର୍ଶନ କରିବା ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କେକ୍ କାଟି ଜନ୍ମ ଦିବସ ପାଳନ କରାଯାଇଥିଲା । ଏ‌ହା ପରେ ସେ ଧମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରା ନିବାସକୁ ଯାଇ ଅନ୍ତେବାସୀଙ୍କର ଭଲ ମନ୍ଦ ବୁଝି ଥିଲେ ଓ ଅନ୍ତେବାସୀମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ କହିଥିଲେ, ଜିଲ୍ଲା ପରିଷଦ ସଭାନେତ୍ରୀ ମଧ୍ୟ ପ୍ରଶାସନ ସହ ଆଲୋଚନା କରି ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଅନ୍ତେବାସୀଙ୍କ ମଧ୍ୟରୁ ଜଣକୁ ଡାକି କେକ୍ କାଟିବା ସହ ତାଙ୍କର ଜଳପାନ ଓ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ପରେ ଧମା ପୂ୍ର୍ତ୍ତ ବଙ୍ଗଳାଠାରେ ତାଙ୍କୁ ଅନ୍ୟ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପସଭାନେତ୍ରୀ ମାଧବ ମିର୍ଦ୍ଧା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଉପପ୍ରକଳ୍ପ ନିର୍ଦ୍ଦେଶକ ରମେଶ ହାଁସଦାଃ, ଧନକଉଡା ଜୋନ୍-୧ ଜିଲ୍ଲା ପରିଷଦ ସୁନୀଲ ମିଶ୍ର, ମାନେଶ୍ୱର ଜୋନ୍ -୧ ଜିଲ୍ଲା ପରିଷଦ ସୂରଜା ସେଠ୍, ରେଙ୍ଗାଲି ଜୋନ୍ -୧ ଜିଲ୍ଲା ପରିଷଦ ଚୋଲେଶ୍ବରୀ ମହାନନ୍ଦ, ମାନେଶ୍ୱର ଜୋନ୍-୨ ଜିଲ୍ଲା ପରିଷଦ ଗୀତାଞ୍ଜଳି ପାଣ୍ଡେ, ମାନେଶ୍ୱର ବ୍ଲକ ସଭାପତି ଗୋପୀ ରଞ୍ଜନ ବେହେରା, ଶ୍ରମିକ ନେତ୍ରୀ ସସ୍ମିତା ଦୀପ୍, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଅମର ମହାନନ୍ଦ, ଲିଲିମା ମଲ୍ଲିକ, ରୋହିତ ମିର୍ଦ୍ଧା ଓ ଅନ୍ୟ ଜିଲ୍ଲା ପରିଷଦର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ