Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ASO ଚୟନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଲେ ହାଇେକୋର୍ଟ, ଓପିଏସସିକୁ ନୋଟିସ୍ ଜାରି

କଟକ: ଏଏସଓ ଚୟନ ପ୍ରକ୍ରିୟା ଉପରେ ଆଜି ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଚୟନ ପ୍ରକ୍ରିୟାରେ ଅଗ୍ରଗତି ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ। ଜବାବ ଦାଖଲ ପାଇଁ ଓପିଏସସିକୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ୪ତାରିଖରେ ହାଇକୋର୍ଟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଥିଲା। ୬ ସପ୍ତାହ ମଧ୍ୟରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଗତ ଶୁଣାଣିରେ ହାଇକୋର୍ଟ ମାମଲାରେ ଦାୟର ଉଭୟ ରିଭ୍ୟୁ ଏବଂ ରିଟ୍ ପିଟିସନ ଖାରଜ କରିଥିଲେ। ପୂର୍ବରୁ ଓପିଏସସି ଦ୍ଵାରା ଜାରି ମେରିଟ୍ ଲିଷ୍ଟ ଖାରଜ କରି ଏଏସଓ ସାନି ମେରିଟ୍ ଲିଷ୍ଟ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଏଏସଓ ଚୟନ ପ୍ରକ୍ରିୟା ବିବାଦରେ ହାଇକୋର୍ଟରେ ଚାଲିଥିବା ଶୁଣାଣି ଜୁଲାଇ ୧୩ରେ ଶେଷ ହୋଇଥିଲା । ମେ ୧୯ ତାରିଖରେ ଏଏସ୍‌ଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଓପିଏସ୍‌ସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ। ଏହା ସହ ମୋଟ୍ ମାର୍କ ଆଧାରରେ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶିତ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ଏବଂ ୨୦୧୬ରେ ବିଜ୍ଞପ୍ତି ଅନୁଯାୟୀ, ଦୁଇ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ