Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଉଁଶ ପରିବହନ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କତରବଗା ପଞ୍ଚାୟତ ଅନ୍ତର୍ଗତ କଦଳିପିଠା, ଝରଣପାଲି, ତିଲିଙ୍ଗାକେମ୍ପ, ପିତାପାଲି ଗାଁ ଦେଇ ଯାଇଥିବା ରାସ୍ତା ରେ ଭାରିଯାନ ଦେଇ ପାଉଁଶ ପରିବହନ ଯୋଗୁଁ ଏହି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବୁଧବାର ଦିନ ଉପରୋକ୍ତ ଗ୍ରାମବାସୀ ରେଙ୍ଗାଲି ଜୋନ 2 ଜିଲ୍ଲାପାରିଷଦ ଦେନାରାୟଣ ତିବାରୀ ଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ଏହି ରାସ୍ତା ରେ ଭାରିଯାନ ଦ୍ୱାରା ପାଉଁଶ ପରିବହନ ବନ୍ଦ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଙ୍କ ଅଭିଯୋଗ ହେଉଛି ଯେ ଭାରିଯାନ ଦ୍ୱାରା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନାନୀ ହୋଇପଡିଛି। ଛୁଆ ମନେ ସ୍କୁଲ ଯାଇପାରୁନାହାନ୍ତି। ବୃଦ୍ଧ ଲୋକ ମାନେ ବ୍ୟାଙ୍କ ଯାଇପାରୁନାହାନ୍ତି, ଗାଁ କୁ ଆମ୍ବୁଲାନ୍ସ ଆସିପାରୁନାହିଁ। ତେଣୁ ଅଗମୀ 8 ଦିନ ମଧ୍ୟରେ ଏହି ସମସ୍ୟା ର ସମାଧାନ ନହେଲେ ଗ୍ରାମବାସୀ ଝାରସୁଗୁଡା ସମ୍ବଲପୁରର କୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। କମ୍ପାନୀ ନିଜର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରୁ ଟଙ୍କା ଟିଏ ଖର୍ଚ୍ଚ କରୁନଥିବା ବେଳେ କଲକାରଖାନା ର ବର୍ଜ୍ୟବସ୍ତୁ ପରିବହନ କରୁଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ