Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷାଧିକ ଟଙ୍କା ଧରି ଭାରତ ଫାଇନାନ୍ସ ର ଦୁଇ କର୍ମଚାରୀ ଚମ୍ପଟ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟରେ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼୍‌ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କର୍ମଚାରୀ ଦ୍ବୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା। ସଂସ୍ଥାର ଶାଖା ପରିଚାଳକ ନୟାଗଡ଼ ଜିଲ୍ଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟିକାବାଲି ପୁଲିସ କେଶ ନଂ. ୧୧୧/୨୩ ରେ ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି। ଅନ୍ୟପଟେ ଋଣଧାରୀମାନେ ଉକ୍ତ ଫାଇନାନ୍ସ ସଂସ୍ଥାକୁ ଆସି ରସିଦ ଦେଖାଇ ଋଣ ପରିଶୋଧ କରିଥିବା ନେଇ ଶାଖା ପରିଚାଳକଙ୍କୁ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ