Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେତରାଜପୁର ବାଲାଜୀ କଲୋନୀରେ ଅଗଷ୍ଟ କ୍ରାନ୍ତି ଦିବସ ମହାସମାରୋହରେ ପାଳିତ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ସ୍ଥିତ ବାଲାଜୀ କଲୋନୀରେ ଭାରତ ଛାଡ଼ ଆନ୍ଦୋଳନର ୮୧ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ କ୍ରାନ୍ତି ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି |
ସମାଜସେଵୀ ଓ ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଦାମୋଦର କର ଏବଂ ସମ୍ମାନୀତ ଅତିଥି ଭାବରେ ଅନୀଲ କୁମାର ବେହେରା ଯୋଗଦାନ କରିଥିଲେ |
ଅତିଥି ମାନଙ୍କ ଦ୍ୱାରା ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଓ ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଆବାହିକା ମୁନମୁନ ସୌଦାଗର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ଅବସରରେ ବାଲାଜୀ କଲୋନୀ ମହିଳା ସମିତି ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମେହେରଙ୍କ ସୁପୁତ୍ର ଅବସରପ୍ରାପ୍ତ ସେନାଧିକାରୀ ଜନାର୍ଦ୍ଦନ ମେହେର, ବିନୋଦ କୁମାର ସାହୁ, ଶିବ ଶମ୍ଭୁ ଯାଦବ ଏବଂ ଅବସର ପ୍ରାପ୍ତ ବର୍ଷୀୟାନ ଶିକ୍ଷକ ଶ୍ରୀରାମ ନରେଶ ପାଣ୍ଡେ ଓ ଶିବ ଶଙ୍କର ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧନା ଜ୍ଞାପନ କରା ଯାଇଥିଲା |
ଏହି ସମାରୋହରେ, ଭାରତ ମାତାଙ୍କୁ ବିଦେଶୀ ଶାସନ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ସଶସ୍ତ୍ର ଆନ୍ଦୋଳନ ଓ ସତ୍ୟାଗ୍ରହ ଅହିଂସା ଆନ୍ଦୋଳନ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ମୁକ୍ତି ସଂଗ୍ରାମୀ, କ୍ରାନ୍ତିକାରୀ ବଳିଦାନୀ ଅମର ସହିଦ୍ ମାନଙ୍କୁ ସ୍ମରଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ଏହି ଅବସରରେ ସମଗ୍ର ଦେଶରେ ଚାଲିଥିବା “ମୋର୍ ମାଟି ମୋର୍ ଦେଶ” କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା | ଏହି ସମାରୋହରେ ବାଲାଜୀ କଲୋନୀ ଏବଂ ସହରର ବହୁ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦାନ କରି ମୁକ୍ତି ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସାମୁହିକ ଜାତୀୟ ସଂଗୀତ ଗାନ ପରେ ସମାରୋହ ଉଦଯାପିତ ହୋଇଥିଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ