Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ପୂର୍ବରୁ ଇଡେନ ଗାର୍ଡେନ୍ସରେ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହେଲା ଡ୍ରେସିଂ ରୁମ ସାମାନ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ ପୂର୍ବରୁ ଆସିଛି ବଡ଼ ଖବର। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ବୁଧବାର ଅଗଷ୍ଟ ୯ ତାରିଖ ରାତିରେ ଗୋଟିଏ ଅଂଶ ନିଆଁ ଲାଗି ଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଡ୍ରେସିଂ ରୁମରେ ରଖା ଯାଇଥିବା ସବୁ ସାମାନ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଏହି ଷ୍ଟାଡିୟମରେ ସେମି ଫାଇନାଲ୍ ସମେତ ପ୍ରାୟ ୬ଟି ମ୍ୟାଚ୍ ଖେଳାଯିବ। ଏମିତି ସମୟରେ ଅଗ୍ନିକାଣ୍ଡ ଘଟଣା ସଭିଙ୍କୁ ଚକିତ କରିଛି।

ସୂଚନା ଅନୁଯାୟୀ, ଷ୍ଟାଡିୟମରେ ନିଆଁ ଅଗଷ୍ଟ ୯ ତାରିଖ ରାତି ୧୧ଟା ୫୦ ମିନିଟରେ ଲାଗିଥିଲା। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ସେତେବେଳକୁ ଡ୍ରେସିଂ ରୁମର ବହୁତ ସାମଗ୍ରୀ ଜଳି ସାରିଥିଲା। ସୂଚନାଯୋଗ୍ୟ, ବିଶ୍ଵକପ୍ ପାଇଁ ଷ୍ଟାଡିୟମରେ ନବୀକରଣ କାମ ଚାଲିଥିଲା ଏବଂ ରାତିରେ ମଧ୍ୟ କାମ ଚାଲିଥିଲା। ଏହି ସମୟରେ ଡ୍ରେସିଂ ରୁମରେ ନିଆଁ ଲାଗିଥିଲା।

କୁହାଯାଉଛି ଡ୍ରେସିଂ ରୁମର ଫଲ୍ସ ସିଲିଂରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଡ୍ରେସିଂ ରୁମରେ କ୍ରିକେଟ୍ ଖେଳାଳିଙ୍କ ଉପକରଣ ରଖା ଯାଇଥିଲା। ତେଣୁ କ୍ଷୟକ୍ଷତି ଅଧିକ ହୋଇ ନାହିଁ। ତଥାପି ଡ୍ରେସିଂ ରୁମକୁ ରେନୋଭେଟ କରିବାକୁ ପଡ଼ିଛି। ଏହି ଅଗ୍ନିକାଣ୍ଡର କାରଣର ତଦନ୍ତ ଜାରି ରହିଛି। ଷ୍ଟାଡିୟମକୁ ଅନ୍ତିମ ରୂପ ଦେବାକୁ ଶେଷ ତାରିଖ ସେପ୍ଟେମ୍ବର ୧୫ ତାରିଖ ରଖା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ