Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା: ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସିପିକୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରାଜଧାନୀର ବହୁ ଚର୍ଚ୍ଚିତ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଅଦ୍ୟାବଧି ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସି ସାରିଥିବା ବେଳେ ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ତଦନ୍ତୁ ଜଣା ପଡିଥିଲା।

ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିଛି। ସେ କହିଥିଲେ ଯେ, ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍‌ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍‌କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି। ଗ୍ରାହକମାନେ ବାରଗାର୍ଲଙ୍କ ଉପରେ ଯେଉଁ ଟଙ୍କା ଉଡ଼ାନ୍ତି, ତାହା ବାରଗାର୍ଲଙ୍କୁ ମିଳେନି। ତାହା ବାର୍‌ ମାଲିକ ଓ ଦଲାଲଙ୍କ ଭିତରେ ବାଣ୍ଟ ହୁଏ। ଶୁଭଲକ୍ଷ୍ମୀ ଏହିଭଳି କିଛି ଦଲାଲଙ୍କ ଜାଲରେ ଫସିଯାଇଥିଲେ ବୋଲି ତାଙ୍କୁ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ କମଳାନେହେରୁ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ଅଗଷ୍ଟ ୪ ତାରିଖରେ କଲେଜ ଯାଉଛି କହି ସେ ଘରୁ ଆସିଥିଲେ । ସେହିଦିନ ଅପରାହ୍ନରେ କଟକ ରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ । କିନ୍ତୁ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ । ସେହିଦିନ ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ କବାଟ ଖୋଲିନଥିଲେ । ହୋଟେଲ ବୟ ଏ ବିଷୟରେ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ ମଧ୍ୟ ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଧକ୍କା ମାରିଥିଲେ । ତେବେ କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ